Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୭୦ ବର୍ଷରୁ ଅଧିକ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ସ୍ୱାସ୍ଥ୍ୟସେବା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭୦ ବର୍ଷରୁ ଅଧିକ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ସ୍ୱାସ୍ଥ୍ୟସେବା




ନୂଆଦିଲ୍ଲୀ : ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କହିଛନ୍ତି । ଦେଶରେ ୨୫,୦୦୦ ଜନ ଔଷଧି କେନ୍ଦ୍ରର ଉଦଘାଟନ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି । ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଅଧୀନରେ ୫୫ କୋଟି ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି । ସେ “ଆହୁରି ମଧ୍ୟ ସରକାର ଏହି କ୍ଷେତ୍ରରେ ଆଉ ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ସୁବିଧା ମିଳିବ ବୋଲି ରାଷ୍ଟ୍ରପତି କହିଛନ୍ତି । ବିଶ୍ୱର ସର୍ବ ବୃହତ ସାର୍ବଜନୀନ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଏବି- ପିଏମଜେ ୧୨ କୋଟି ପରିବାରକୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ଆୟୁଷ୍ମାନ ଭାରତ ଅଧୀନରେ ଥିବା ଡାକ୍ତରଖାନାଗୁଡ଼ିକର ସଶକ୍ତିକରଣ ପାଇଁ ହସ୍ପିଟାଲ୍ ଏମ୍ପାନେଲମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ନିର୍ଦ୍ଦେଶାବଳୀ ଏହି ଯୋଜନା ଅନ୍ତର୍ଗତ ଡାକ୍ତରଖାନାଗୁଡ଼ିକର ସୟିତ୍ୱ ସହିତ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସିଗୁଡିକ କୁ ନିର୍ଦ୍ଦେଶ ଦେଇଛି ।

Leave a Reply