Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁମନ୍ଦିରରେ ସମ୍ଭାଗସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣବର୍ଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁମନ୍ଦିରରେ ସମ୍ଭାଗସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣବର୍ଗ

ବଲାଙ୍ଗିର – ବଲାଙ୍ଗିର କଲେଜଛକ ସରସ୍ୱତୀ ଶିଶୁ ମନ୍ଦିରରେ ସମ୍ଭାଗ ସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ମାନଙ୍କୁ ନେଇ ଏକ ଚାରି ଦିବସୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ ବୁଧବାର ସନ୍ଧ୍ୟା ରୁ ଆରମ୍ଭ ହୋଇ ୨୯ ଜୁନ ଅପରାହ୍ନରେ ସମାପନ ହେଉଛି । ନୂଆପଡ଼ା ରୁ ଆରମ୍ଭ କରି ବଲାଙ୍ଗିର ସୁବର୍ଣ୍ଣପୁର ଓ ବଉଦ ଜିଲ୍ଲା ରେ ହାଇସ୍କୁଲ ସ୍ତରୀୟ ଆଚାର୍ଯ୍ୟ ମାନେଏଠାରେ ପ୍ରଶିକ୍ଷଣ ନେବେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତ୍ରିବିକ୍ରମ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥିଭାବେ ରାମ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବରେ ଦତ୍ତା ନନ୍ଦ ପଣ୍ଡା ଯୋଗଦେଇ ଥିଲେ । ସ୍ୱାଗତ ଭାଷଣ ପରିଚୟ ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍‌ଯ ରବିନ୍ଦ୍ର କୁମାର ମିଶ୍ର । ଉଦ୍ଦେଶ୍‌ଯ କଥନରେ କହିଥିଲେ ପ୍ରକାଶ ଚନ୍ଦ୍ର ମହାନ୍ତି, ଶେଷରେ ଧନ୍‌ଯବାଦ ଅର୍ପଣ କରିଥିଲେ ନୀଳାଚଳ ଚିରଗୁନ । ଆଜି ଠାରୁ ସବୁ ବିଷୟ ଗୁଡ଼ିକ ର ଗୁଡ଼ିକ ର ଶିକ୍ଷାଦାନ ଶୈଳୀ ଉପରେ ପ୍ରଶିକ୍ଷଣ ଦେବା ଜାରି ରହିଛି ।

Leave a Reply