Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଓଲଟା ଚିତ୍ର ଅଙ୍କନ କରିଥିବାରୁ ଆୟୁଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଓଲଟା ଚିତ୍ର ଅଙ୍କନ କରିଥିବାରୁ ଆୟୁଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି

ପୁରୀ: ପୁରୀ ତଥା ଓଡ଼ିଶାର ଗର୍ବ ହେଉଛନ୍ତି ରିଭର୍ସ ପେଣ୍ଟିଙ୍ଗ କରି ସମଗ୍ର ରାଜ୍ୟରେ ପରିଚିତ ହୋଇଥିବା ଆୟୁଷ ମହାପାତ୍ର । ଶେଷରେ ତାଙ୍କ ଇଛା ଓ ସ୍ୱପ୍ନ ପୂରଣ ହୋଇଛି । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଓଲଟା ଚିତ୍ର ଅଙ୍କନ କରି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ତାଙ୍କୁ ଉପହାର ଦେଇଥିବା ଆୟୁଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଚିଠି ଆସିଛି । ଏଥିପାଇଁ ଆୟୁଷ ଓ ତାଙ୍କ ବାପା,ମାଙ୍କ ଖୁସି କହିଲେ ନସରେ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ଅଯୋଧ୍ୟା ସ୍ଥିତି ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଦୀର୍ଘ ୫୦୦ବର୍ଷର ସ୍ୱପ୍ନ ପୂରଣ ହୋଇଛି । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୀର ଯୁବ ଶିଳ୍ପୀ ଆୟୁଷ ମହାପାତ୍ର ପୁନର୍ବାର ରିଭର୍ଷ ପେଣ୍ଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ଏହି ଚିତ୍ର ମାଧ୍ୟମରେ ଜୟ ଶ୍ରୀରାମ ବାର୍ତା ଦେଇଥିଲେ । ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ ନିଜ ପେଣ୍ଟିଙ୍ଗରେ ଶ୍ରୀରାମ ଲାଲାଙ୍କୁ ଅଙ୍କନ କରିଥିଲା । ଏହାକୁ କରିବାକୁ ତାଙ୍କୁ ମାତ୍ର ୯ ମିନିଟ୍ ୩୦ ସେକେଣ୍ଡର ସମୟ ଲାଗିଥିଲା । ସେ ହ୍ରୁଦୟରୁ ରାମଙ୍କୁ ସ୍ମରଣ କରି ଏବଂ ଶ୍ରୀରାମଙ୍କ ଭଜନ ସହିତ ପେଣ୍ଟିଙ୍ଗକୁ ଶେଷ କରିଥିଲେ । ଆଉ ଏହି ପେଣ୍ଟିଙ୍ଗକୁ ସେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ପୁରୀ ରୋଡ ସୋ ବେଳେ ବହୁ ପ୍ରତିବନ୍ଧକ ସତ୍ତ୍ୱେ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଆଉ ବିଚିତ୍ର କଥା ହେଉଛି ଆୟୁଷ ନିଜ ଘରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏକ ପେଣ୍ଟିଙ୍ଗ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ କଲ ଆସିଥିଲା । ରାମଲାଲାଙ୍କ ଏହି ଚିତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଦେଖି ତାଙ୍କୁ ପ୍ରଶଂସା କରିଛନ୍ତି । ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆୟୁଷଙ୍କ ନିକଟକୁ ଚିଠି ଆସିଛି । ଏଥିସହ ଏହି ଚିତ୍ର ତାଙ୍କ ହୃଦୟକୁ ଛୁଇଁଥିବା ଓ ଆଗକୁ ବଢ଼ିବା ପାଇଁ ଶକ୍ତି ଯୋଗାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶାର ପ୍ରତ୍ୟେକଙ୍କ ଭିତରେ କଳା ନୈପୁଣ୍ୟତା ଭରି ରହିଥିବା ଓ ଓଡିଶା ଉତ୍କୃଷ୍ଟ କଳାର ରାଜ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଆୟୁଷଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆୟୁଷଙ୍କୁ ତାଙ୍କ ବାପା ମା ପ୍ରତିକ୍ଷେତ୍ରରେ ସାହାଯ୍ୟ,ସହଯୋଗ କରିଆସୁଛନ୍ତି । ଆୟୁଷଙ୍କ ଏହି ପେଣ୍ଟିଂ ସମସ୍ତ ଭକ୍ତଙ୍କ ହ୍ରୁଦୟକୁ ଛୁଇଁଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ୭ମ ଅବତାର । ଯିଏ ତ୍ରେତୟା ଯୁଗରେ ରାବଣର ସଂହାର କରିବା ପାଇଁ ମାନବ ରୂପରେ ଧରାବତରଣ କରିଥିଲେ । ସମଗ୍ର ଭାରତବର୍ଷର ଜୀବନ କହିଲେ ରାମ ଏବଂ କୃଷ୍ଣଙ୍କୁ ହିଁ ବୁଝାଇଥାଏ । ତେବେ ରାମ ମନ୍ଦିର ନିର୍ମାଣ ଏକ ଐତିହାସିକ ଦିନ ହୋଇ ସମସ୍ତଙ୍କ ମନରେ ରହିଯାଇଥିବା ବେଳେ, ଶ୍ରୀ ରାମଲାଲା ସମଗ୍ର ଦେଶବାସୀଙ୍କୁ ଭଲରେ ରଖନ୍ତୁ ବୋଲି ଆୟୁଷ ପ୍ରାର୍ଥନା କରିଥିଲେ । ଜିଲ୍ଲା, ରାଜ୍ୟ ,ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଆୟୁଷ ୨୦୨୦ ସେପ୍େଟମ୍ବର ୧୧ ତାରିଖରେ ଓଲଟା ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଥିଲେ । ତାଙ୍କ ଚଲାପଥ କୁସୁମିତ ହେଉ ଓ ଭବିଷ୍ୟତ ଉଜ୍ଜ୍ୱଳ ହେଉ ଏହା ହିଁ ପ୍ରାର୍ଥନା ।

Leave a Reply