Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କୀ ପାଣ୍ଠିଯୋଗାଣ ବନ୍ଦ ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କୀ ପାଣ୍ଠିଯୋଗାଣ ବନ୍ଦ ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା

ସିଙ୍ଗାପୁର: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ସିଙ୍ଗାପୁରରେ ଅନୁଷ୍ଠିତ ପୂର୍ଣ୍ଣାଙ୍ଗ ବୈଠକରେ ମନି ଲଣ୍ଡରିଂ ଉପରେ ଭାରତର ପାରସ୍ପରିକ ଆକଳନ ରିପୋର୍ଟକୁ ଗ୍ରହଣ କରିବା ସହ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛି । ଏହି ଦୁଇ କ୍ଷେତ୍ରରେ ଭାରତ ଭଲ ଫଳାଫଳ ହାସଲ କରୁଛି ବୋଲି ଏହି ଅନ୍ତର୍ଜାତୀୟ ସଙ୍ଗଠନ କହିଛି । ତେବେ ଏଫଏଟିଏଫ ଆହୁରି ମଧ୍ୟ କହିଛି ଯେ ମନି ଲଣ୍ଡରିଂ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି ଶେଷ କରିବାରେ ହେଉଥିବା ବିଳମ୍ବକୁ ଭାରତ ଦୂର କରିବାର ଆବଶ୍ୟକତା ରହିଛି । ଗୁଣବତ୍ତା ଏବଂ ସ୍ଥାୟୀତା ସମୀକ୍ଷା ଶେଷ ହେବା ପରେ ଦେଶର ଚୂଡ଼ାନ୍ତ ମୂଲ୍ୟାୟନ ରିପୋର୍ଟ ପ୍ରକାଶ ପାଇବ । ଭାରତର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜେଏଏମ୍ (ଜନଧନ, ଆଧାର, ମୋବାଇଲ୍‌) ନୀତି ଲାଗୁ ହେବା ସହ ନଗଦ କାରବାର ଉପରେ କଠୋର ନିୟମ ଲାଗୁ ହେବା ଫଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ପଦକ୍ଷେପଗୁଡିକ ଦ୍ୱାରା ବେଆଇନ ଆର୍ôଥକ କାରବାରକୁ ଟ୍ରାକ କରିବା ସହଜ ହୋଇଯାଇଛି ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ବୃଦ୍ଧି କରିଛି ।

Leave a Reply