Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସ୍କାର କେନ୍ଦ୍ରରେ ପାଠ୍ୟ ପୁସ୍ତକ ବଂଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସ୍କାର କେନ୍ଦ୍ରରେ ପାଠ୍ୟ ପୁସ୍ତକ ବଂଟନ


ଭୁବନେଶ୍ୱର: ବିଜେତ୍ରୀ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ, ସେବାଭାରତୀ ସହଯୋଗରେ ଭୁବନେଶ୍ୱରର ପାଣ୍ଡରା ସ୍ଥିତ, କୁମ୍ଭିରି ବସ୍ତି ରେ ପ୍ରତ୍ୟକ ଦିନ ମାଗଣା ସଂସ୍କାର କେନ୍ଦ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଠାରୁ ଚାଲୁ ଅଛି । ବିଜେତ୍ରୀ ଫାଉଣ୍ଡେସନର ଡାଇରେକ୍ଟର ପ୍ରେମାନନ୍ଦ ନାଥ ଓ ଡଃ ସୁଦର୍ଶନ ରାଜ ଏହି ସଂସ୍କାର କେନ୍ଦ୍ରରେ ଛୋଟ ଛୋଟ ପିଲାମାନଂକୁ କାହାଣୀ,ଗୀତ, ଓ ସାଧାରଣ ଜ୍ଞାନ ମାଧ୍ୟମ ରେ କେମିତି ଜୀବନ ଗଢିବେ ଶିକ୍ଷା ଦିଉଛନ୍ତି । ଗତ କାଲି ତାଙ୍କୁ ସ୍କୁଲ ବ୍ୟାଗ ସହ ଖାତା କଲମ, ବହି ପେନ୍ସିଲ ବାକ୍ସ ସମେତ ଅନ୍ୟାନ୍ୟ କିଟ୍ ପ୍ରଦାନ କରାଯାଇଛି । ସେହି ବସ୍ତିରେ କୌଣସି କମୁନିଟି ହଲ ବା କୌଣସି କ୍ଲବ ଘର ନଥିବାରୁ ଛାତ୍ର ଛାତ୍ରୀ ମାନେ ରାସ୍ତା ଉପରେ ଷ୍ଟ୍ରିଟ ଆଲୁଅରେ ପାଠ ପଢୁଛନ୍ତି । ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଏହି ସଂସ୍କାର କେନ୍ଦ୍ରକୁ ପଢିବାକୁ ଆସୁଛନ୍ତି । ଏହି ମହାନକାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ କାର୍ତିକେଶ୍ୱର୍ ପରିଡ଼ା ଓ ସ୍ନେହାଶିଷ ନାୟକ । ଭୁବନେଶ୍ୱର ମହାନଗରର ସବୁ ବସ୍ତିରେ ଏହିଭଳି ସଂସ୍କାର କେନ୍ଦ୍ର ଖୋଲିବା ପାଇଁ ଫାଉଣ୍ଡେସନ ତରଫରୁ ଯୋଜନା କରାଯାଇଛି ।

Leave a Reply