Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ -ବିଳମ୍ବରେ ଅଫିସ ଆସିଲେ କଟିବ ଦରମା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ -ବିଳମ୍ବରେ ଅଫିସ ଆସିଲେ କଟିବ ଦରମା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ କଡା ନିୟମ ଆଣିଲେ ସରକାର । ଏଣିକି ଡେରିରେ ବା କିଛି ସମୟ ବିଳମ୍ବରେ ଅଫିସରେ ପହଞ୍ଚିଲେ ଅଧାଦିନର ଦରମା କାଟିଦେବେ ସରକାର । ତେବେ କେନ୍ଦ୍ର ସରକାରଙ୍କ ସକାଳ ୯ ଟା ରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ରହିଥାଏ । କର୍ମଚାରୀମାନଙ୍କୁ ସକାଳ ୯ଟା ୧୫ ଭିତରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ହେଲେ ଏହାକୁ ଏବେ କିଛି କିଛି କାର୍ଯ୍ୟଳୟରେ ବେଖାତିର କରୁଥିବାରୁ ଏଭଳି କିଛି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏଣିକି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର ା

Leave a Reply