Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରୁହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରୁହ

ଭୁବନେଶ୍ୱର: ମୌସୁମୀ ବର୍ଷା ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳସମ୍ପଦ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ବୈଠକ ପରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ଉନ୍ନୟନ କମିଶନର ଆନୁଗର୍ଗଙ୍କ ସୂଚନା । ନଦୀ ବନ୍ଧ ଗୁଡ଼ିକୁ ଅଧିକ ସୁଦୃଢ଼ୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତପାଇଁ ପଦକ୍ଷେପ ନିଆଯିବ । ତହସିଲଦାର ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଏ ଦିଗରେ ମିଲିତ ଭାବେ କାମ କରୁଛନ୍ତି । ବନ୍ୟା ଆସିବା ପୂର୍ବରୁ ସବୁ ଡ୍ୟାମରେ ମକ ଡ୍ରିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏବେଠୁ ବନ୍ୟା ନିୟନ୍ତ୍ରଣ ସେଲ ୨୪ ଘଣ୍ଟା କାମ କରିବ । ଅଫିସର ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ବାଦ ବିଳମ୍ବିତ ପ୍ରକଳ୍ପ କାମ କୁ ତ୍ୱରାନ୍ୱିତ ପାଇଁ ବି ପରାମର୍ଶ ଦିଆଯାଇଛି । ବନ୍ୟା ନିୟନ୍ତ୍ରଣ ନୀତି ଆଣିବାକୁ ଯେଉଁ ସଂକଳ୍ପ ପତ୍ର ଜାରି କରାଯାଇଛି ସେ ଦିଗରେ ଏବେଠୁ କାମ ଆରମ୍ଭ ହେବ ବୋଲି ଉନ୍ନୟନ କମିଶନ ଅନୁ ଗର୍ଗ ସୂଚନା ଦେଇଛନ୍ତି ।

Leave a Reply