Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବିକଲା ଓଡ଼ିଶା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବିକଲା ଓଡ଼ିଶା


ନୂଆଦିଲ୍ଲୀ: ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସମ୍ବଲପୁରରେ ଦ୍ୱିତୀୟ ଏମସ୍ (ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ) ସ୍ଥାପନ ପାଇଁ ଆଜି କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏହାସହିତ ଚଳିତ ନିର୍ବାଚନରେ ଗେମଚେଞ୍ଜର ‘ସୁଭଦ୍ରା ଯୋଜନା’କୁ କାର୍ଯ୍ୟକାରୀ ପାଇଁ ଆଂଶିକ ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବନିମ୍ନ ୫ଲକ୍ଷ ଘର ଯୋଗାଇ ଦେବାକୁ ଓଡ଼ିଶା ଦାବି ଉପସ୍ଥାପନ କରିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପାଖରେ ଏହା ଓଡ଼ିଶାର ପ୍ରଥମ ଦାବି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଯୋଗ ଦେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଏହି ବୈଠକରେ ଓଡ଼ିଶାର ଅର୍ଥ ସଚିବ ମଧ୍ୟ ସାମିଲ ହୋଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ପୂର୍ବର ବିଜେଡି ସରକାର ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏକାଧିକବାର ଦାବି ଉପସ୍ଥାପନ କରିଥିଲେ । ଯାହାକୁ କେନ୍ଦ୍ର ସରକାର ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ ।

Leave a Reply