Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜିଏସଟିକୁ ନେଇ ବଡ଼ ଘୋଷଣା -ପ୍ଲାଟଫର୍ମ ଟିକେଟ୍ ଓ ରେଳବାଇ ସେବାରେ ଲାଗିବନି ଟିକସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜିଏସଟିକୁ ନେଇ ବଡ଼ ଘୋଷଣା -ପ୍ଲାଟଫର୍ମ ଟିକେଟ୍ ଓ ରେଳବାଇ ସେବାରେ ଲାଗିବନି ଟିକସ

ନୂଆଦିଲ୍‌ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୫୩ତମ ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଏକାଧିକ ଦ୍ରବ୍ୟ ଓ ସେବା ଉପରରୁ ଟିକସ ଛାଡ଼ ଏବଂ ଟିକସ କୋହଳ ପାଇଁ ନିଷ୍ପତ୍ତି ହୋଇଛି । ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ ପିଛା ମାସିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଉଥିବା ହଷ୍ଟେଲଗୁଡ଼ିକୁ ଜିଏସଟି ବାହାରେ ରଖାଯାଇଛି । ଏହି ସର୍ତ୍ତ ସେତେବେଳେ ଲାଗୁ ହେବ ଯେତେବେଳେ ଜଣେ ଶିକ୍ଷାର୍ଥୀ ନିୟମିତ ୯୦ ଦିନ ଯାଏ ରହୁଥିବେ । କାଳେ ହୋଟେଲଗୁଡ଼ିକ ଟିକସ ଛାଡ଼ ନିଷ୍ପତ୍ତିର ଫାଇଦା ହୋଟେଲଗୁଡ଼ିକ ନେଇଯିବେ, ସେଥିପାଇଁ ଏପରି ସର୍ତ୍ତ ଲାଗୁ କରାଯାଇଛି । ସେହିପରି ରେଳ ପ୍ଲାଟଫର୍ମ ପାଇଁ ଲାଗୁ ଥିବା ଟିକେଟ, ୱେଟିଂ ରୁମ ଓ କ୍ଲକ ରୁମ ପାଇଁ ଲାଗୁଥିବା ଚାର୍ଜକୁ ଜିଏସ୍‌ଟି ମୁକ୍ତ କରାଯାଇଛି । ଏହାବାଦ ପ୍ଲାଟଫର୍ମରେ ମିଳୁଥିବା ବେଟାରୀ ଚାଳିତ ଗାଡ଼ିର ସେବା ପାଇଁ ମଧ୍ୟ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ ।ସମସ୍ତ ପ୍ରକାରର ଦୁଗ୍ଧ ଜାତିୟ କାନ୍ସ ଓ ସୋଲାର କୁକର୍ସ ଉପରେ ୧୨% ଜିଏସ୍‌ଟି ଲାଗୁ ହେବ ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ସେ କହିଛନ୍ତି, ସମସ୍ତ ପ୍ରକାରର କାଗଜରୁ ପ୍ରସ୍ତୁତ ପେଟି ଓ କେସେସ୍ ଉପରେ ୧୨% ଜିଏସ୍‌ଟି ଲାଗୁ ହେବ । ଏହା ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଚାଷୀଙ୍କୁ ଫାଇଦା ଦେବ । ସମସ୍ତ ପ୍ରକାରର ସ୍ପିଙ୍କ୍ରଲର୍ସ ବା ଜଳ ସିଞ୍ଚନ ଯନ୍ତ୍ର ଉପରେ ମଧ୍ୟ ୧୨% ଜିଏସଟି ଲାଗୁ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି, ଆଧାର ଭିତ୍ତିକ ବାୟୋମେଟ୍ରିକ ବ୍ୟବସ୍ଥା ସର୍ବଭାରତୀୟ ସ୍ତରରେ ଲାଗୁ ହେବ । ନକଲି ଇନଭଏସ ଜରିଆରେ ଇନପୁଟ ଟିକସ କ୍ରେଡିଟ ଘଟଣାକୁ ରୋକିବାରେ ଏହା ସହାୟକ ହେବ । ଛୋଟ ଟିକସଦାତାଙ୍କୁ ସହାୟତା କରିବା ପାଇଁ ରିଟର୍ଣ୍ଣ ଫର୍ମ ଜିଏସ୍‌ଟିଆର ୪କୁ ଏପ୍ରିଲ ୩୦ରୁ ଜୁନ ୩୦କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏହି ସମୟସୀମା ମଧ୍ୟରେ ଟିକସଦାତାମାନେ ନିଜର ସମସ୍ତ ବାକି ରହି ଯାଇଥିବା ତଥ୍ୟକୁଭ ପୂରଣ କରିପାରିବେ ବୋଲି ସେ କହିଛନ୍ତି ।

Leave a Reply