Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ଆଣ୍ଟି ପେପର ଲିକ୍ ଆଇନ୍ ଲାଗୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ଆଣ୍ଟି ପେପର ଲିକ୍ ଆଇନ୍ ଲାଗୁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି । ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍ ଲ’) ଲାଗୁ କରିଛନ୍ତି । ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଚଳିତବର୍ଷ ଫେବୃୟାରୀ ମାସରେ ସଂସଦରେ ପାରିତ ହୋଇଥିଲା । ଏହି ଆଇନ ଲାଗୁ ହେବା ପରେ ଏଣିକି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ସାବର୍ଜନିକ ପରୀକ୍ଷାରେ ଅନୁଚିତ ଉପାୟ ଅବଲମ୍ବନ କରୁଥିବା ଧରାପଡ଼ିଲେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଚଳିତବର୍ଷ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଏବଂ ୟୁଜିସି ନେଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ସରକାର କଠୋର ପଦକ୍ଷେପ ସ୍ୱରୂପ ଏହି ଆଇନକୁ ଲାଗୁ କରିଛନ୍ତି । ଏଣିକି କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି), କର୍ମଚାରୀ ଚୟନ ଆୟୋଗ (ଏସଏସସି), ରେଲୱେ, ବ୍ୟାଙ୍କିଙ୍ଗ, ଏନଟିଏ ଦ୍ୱାରା ଆୟୋଜିତ ପରୀକ୍ଷା ପାଇଁ ଏହି ଆଇନ ଲାଗୁ ହୋଇଛି ।

Leave a Reply