ଦୁଶାଁବେ: ମୁସଲମାନବହୁଳ ମଧ୍ୟଏସୀୟ ଦେଶ ତାଜକିସ୍ତାନ ହିଜାବ ଓ ବୁର୍ଖା ପରି ଇସଲାମିକ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇଛି । ଏ ନେଇ ଏକ ବିବାଦୀୟ ବିଲ୍ ତାଜକିସ୍ତାନର ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ରାଷ୍ଟ୍ରପତି ଇମୋମାଲି ରହମନ ମଞ୍ଜୁରୀ ପ୍ରଦାନ କରିବା ପରେ ଏହା ଆଇନରେ ପରିଣତ ହୋଇଛି । ଆଇନରେ ହିଜାବକୁ ବିଦେଶୀ ପୋଷାକ ଦର୍ଶାଯାଇଛି । ଆଇନ ଉଲ୍ଲଂଘନ କଲେ ୮ ହଜାରରୁ ୬୫ ହଜାର ତାଜକିସ୍ତାନ ସମୋନୀ ଜରିମାନା ଦେବାକୁ ହେବ ।