Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ

କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ

ଦେଢଶହ ବର୍ଷ ଧରିକଟକ ସହର ଛାତି ଉପରେ ଆଜି ବି ସେମିତିଛିଡ଼ା ହେଇ ରହିଛି ଯୋବ୍ରା ଖୁଣ୍ଟି । କେହି କେହିଏହାକୁ ପରିତ୍ୟକ୍ତ ବତୀଘର କୁହନ୍ତି ତ ଆଉ କିଏକଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ ବୋଲି କୁହନ୍ତି । ଏ ଭିତରେ ୧୫୦ ବର୍ଷପୂରଣ କରିସାରିଲାଣି ‘ଯୋବ୍ରା ଖୁଣ୍ଟି\’ । ଏକଦା ଚୂନଓ ବେଲ ଅଠାରେ ନିର୍ମିତ ଏହି ମାଟି ଖୁଣ୍ଡି ବହୁପ୍ରଳୟଙ୍କରୀ ବାତ୍ୟାକୁ ସହି ସେମିତି ଛିଡ଼ାହୋଇରହିଛି ।ଏବେ ଏହାର ପ୍ରାୟିତ୍ୱ ଯାଞ୍ଚ୍ କରିବାଏବଂ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାର ସମୟଉପନୀତ ହେଲାଣି ବୋଲି ଐତିହାସିକମାନେ ମତବ୍ୟକ୍ତ କରୁଛନ୍ତି । ଏକଦା ଯୋବ୍ରା ଅଞ୍ଚଳ ଓଡ଼ିଶାରପ୍ରମୁଖ ମାଲଗୋଦାମ ମଧ୍ୟ ଏହାର ଅଂଶବିଶେଷୱାର୍କସପ୍ ବା ବର୍ତ୍ତମାନର ନୌବାଣିଜ୍ୟ ସଂଗ୍ରହାଳୟପରିସରରେ ଏହି ଯୋବ୍ରା ଖୁଣ୍ଡିଟି ଦଣ୍ଡାୟମାନ ହୋଇରହିଛି । ଏହା ବାସ୍ତବରେ କ\’ଣ ଏହାର ଐତିହାସିକପୃଷ୍ଠଭୂମି ଖୋଜିବାରେ ଜଣାପଡିଛି ଯେ, ଏହା ଏକବିଶାଳକାୟ ତିମିନି । ଇତିହାସକାରଙ୍କ ମତରେ ଏହିଖୁଣ୍ଡିର ଜନ୍ମବୃତ୍ତାନ୍ତର ମୂକସାକ୍ଷୀ ହେଉଛି ତାଳଦଣ୍ଡାକେନାଲ୍ ।୧୮୬୮ ମସିହାରେ ଅବିଭକ୍ତ କଟକଜିଲ୍ଲାର କୃଷି ଓ ନୌବାଣିଜ୍ୟ ସୁବିଧା ପାଇଁ ଏହିକେନାଲ୍ ଖୋଳାଯାଇଥିଲା । ଏହାର କିଛି ବର୍ଷ ପରେଏହାରି ନିକଟରେ ପ୍ରତିଷ୍ଠା ହୋଇଥିଲା ଏକ ୱାର୍କସପବା ନୌବାଣିଜ୍ୟରେ ବ୍ୟବହୃତ ଇଞ୍ଚ୍ ମରାମତିକାରଖାନା । ତତ୍‌କାଳୀନ ବ୍ରିଟିଶ ଶାସକଜିଏଚ୍ ଫକ୍ଲର୍ ଏହି ୱାର୍କସପ୍‌କୁଯୋବ୍ରାଠାରେ ପ୍ରତିଷ୍ଠା କରିଥିଲେ ।ୱାର୍କସପ୍‌ର ସମସ୍ତ କାର୍ଯ୍ୟ ଷ୍ଟିମ୍ ପାୱାର୍‌ପ୍ରୋସେସ୍ ବା ବାଷ୍ପଚାଳିତପ୍ରକ୍ରିୟାକରଣରେ କରାଯାଉଥିଲା ।ନୌବାଣିଜ୍ୟ ପେଣ୍ଠସ୍ଥଳୀ ରହିଥିଲା ।ଆଜିର ଛତ୍ରବଜାର, ଥିଲା କହିଲେଅତ୍ୟୁକ୍ତି ହେବନାହିଁ । ଯେତେବେଳରଯୋବ୍ରା ବୋଇଲା ଭାଟି କରାଯାଇସେଥିରେ ଲୁହା ତରଳା କାର୍ଯ୍ୟହେଉଥିଲା । ପରେ ଏଠାରେ ଥିବା ୩୨ଟିଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ୱାର୍କସପ୍ର ସମସ୍ତ ବାଷ୍ପ ନିର୍ଗତ କରିବାକୁସେହିଠାରେ ଏକ ବିରାଟ ଚିମିନି ପ୍ରତିଷ୍ଠାହୋଇଥିଲା । ୱାର୍କସପୃଷ୍ଠାରୁ ପ୍ରାୟ୩୦ମିଟର ଦୂରରେ ଏହି ଚିମିନି ନିର୍ମାଣ କରାଯାଇବାଷ୍ମ ନିର୍ଗତ କରାଯାଉଥିଲା । କେବଳ ବାଷ୍ପ ନିର୍ଗତପାଇଁ ନୁହେଁ, ବତୀଖୁଣ୍ଡ ଭାବେ ଏହାର ବ୍ୟବହାର ମଧ୍ୟହେଉଥିଲା । ବୈତରଣୀ, ମହାନଦୀ ଓ ପରେତାଳଦଣ୍ଡା କେନାଲ ଦେଇ ପ୍ରବେଶ କରୁଥିବା ବେଙ୍ଗଲ୍‌ଜେଟି, ବୋଗୁଡିକ ମଧ୍ୟରାତ୍ରିରେ ଆସୁଥିଲେ ।ସେମାନଙ୍କ ସୂଚନା ଲାଗି ଏହି ବତୀଖୁଣ୍ଟର ଗୁରୁତ୍ୱବେଶ୍ ଅଧିକ ରହିଥିଲା । ପରିବେଶ ପ୍ରଦୂଷଣକମାଇବା ଲାଗି ଏହି ତିମିନିର ଉଚ୍ଚତା ପ୍ରାୟ ଶହେଫୁଟରୁ ଅଧିକ କରାଯାଇଥିଲା । ଏହାସହ ନିର୍ମାଣରେସେ ସମୟରେ ଇଟା ସହିତ ଚୂନ ଓ ବେଇଅଠାବ୍ୟବହାର କରାଯାଇଥିବା କୁହାଯାଏ । ନୌବାଣିଜ୍ୟସଂଗ୍ରହାଳୟ ଓ ଯୋବ୍ରା ଖୁଣ୍ଟି ଇତିହାସର ମୂକସାକ୍ଷୀହୋଇ ରହିବାବେଳେ ଏହି ବିଶାଳ ଖୁଣ୍ଡିର ପ୍ରାୟିତ୍ୱନେଇ ଆଜି ପର୍ଯ୍ୟନ୍ତ କେବେ ଯାଞ୍ଚ୍ କରାଯାଇନାହିଁ ।ଏକ ବିରାଟ ଗଛ ଖୁଣ୍ଟି ଉପରେ ଉଠି ଏହାର କିଛିଭାଗକୁ ଫଟାଇ ପାରିଲାଣି । ସେହିପରି ଦୀର୍ଘ ଦିହେବ ଏହାକୁ ରଙ୍ଗ ବି କରାଯାଇନାହିଁ । ସବୁଠାରୁଗୁରୁତ୍ୱପୂର୍ଣ୍ଣ କଥା ନୌବାଣିଜ୍ୟ ସଂଗ୍ରହାଳୟପରିସରରେ ଏହି ଖୁଣ୍ଡିଟି ରହିଥିଲେ ହେଁ ଏଥୁପ୍ରତିଦୃଷ୍ଟି ଦିଆଯାଇନି ଓ କୋଟି କୋଟି ଟଙ୍କା ଖର୍ଚ୍ଚକରାଯାଇ ଏଠାରେ ଥିବା ନୌବାଣିଜ୍ୟସଂଗ୍ରହାଳୟକୁ ସଜାଇ ଦିଆଗଲା । ଅଥଚ ଏହିଐତିହ୍ୟର ସ୍ମୃତିକୁ ସେମିତି ତା\’ ଭାଗ୍ୟ ଉପରେ ଛାଡ଼ିଦିଆଯାଇଛି । ଏହା ଭିତରେ ୧୯୯୯ ପ୍ରଳୟଙ୍କରମହାବାତ୍ୟା, ଫଳି ଭଳି କେତେ ବାତ୍ୟା ଗଲାଣି । ତେଣୁଏହାର ସ୍ଥିତି ତୁଗନ୍ଧ ଯାଞ୍ଚ୍ କରାନଗଲେ ଏହା ଆଗକୁବିପଦସଂକୁଳ ସାଜିପାରେ ବୋଲି କୁହାଯାଉଛି ା

Leave a Reply