ଓଡ଼ିଆ ଅସ୍ମିତାକୁ ବଜାୟ ରଖାଯିବ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଦୀର୍ଘ ୨୫ବର୍ଷର ଲଢେଇ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଓଡ଼ିଶାବାସୀଙ୍କ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଂଚି ସାରିଛି । ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଅସ୍ମିତାକୁ ବଂଚାଇ ରଖିବା ପାଇଁ ରାଜ୍ୟବାସୀ ନିର୍ଣ୍ଣୟ ନେଇସାରିଛନ୍ତି । ପ୍ରତିଟି ଓଡ଼ିଆର ସ୍ୱାଭିମାନ ଓ ସମ୍ମାନ କିଭଳି ବଂଚି ରହିବ ସେ ଦିଗରେ ମୁଁ ଓ ମୋ ସରକାର କାମ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଭୁବନେଶ୍ୱର ଠାରେ ରାଜ୍ୟ ନାଗରିକ ସମାଜ ତରଫରୁ ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଶ୍ରୀ ସୂରଜ କହିଛନ୍ତି ଯେ, ଆଗାମୀ ୧୨ ବର୍ଷ ଭିତରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ରୂପେ ଗଢି ତୋଳିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାକୁ ଆଉ ଦାଦନ ରାଜ୍ୟ ବୋଲି ଯେପରି କୁହାନଯିବ, ତାର ବ୍ୟବସ୍ଥା ଆମକୁ କରିବାକୁ ପଡ଼ିବ ବୋଲି ସେ କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା ପାଇଁ ଓ ଜଗନ୍ନାଥ ସଂସ୍କୃତିକୁ ବଚାାଇବା ପାଇଁ ଆମେ ସଂକଳ୍ପ ନେଇଛୁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *