Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାରିଣୀ ପୀଠପାଇଁ ୫୦କୋଟି ଘୋଷଣାକଲେ ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାରିଣୀ ପୀଠପାଇଁ ୫୦କୋଟି ଘୋଷଣାକଲେ ମୁଖ୍ୟମନ୍ତ୍ରୀ


ଘଟଗାଁ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଘଟଗାଁଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସାଧାରଣ ଜନତାଙ୍କ ଭାବାବେଗ ଓ ଉତ୍ସାହ ଏହାକୁ ପ୍ରମାଣିତ କରିଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି । ପ୍ରଥମେ ଘଟଗାଁ ଠାରେ ମା’ ତାରିଣୀଙ୍କ ଆଶୀର୍ବାଦ କାର୍ଯ୍ୟକ୍ରମ ରହିଥିଲା । ଘଟଗାଁ ହାଇସ୍କୁଲ ପଡ଼ିଆରେ ବୁଲି ବୁଲି ଲୋକଙ୍କ ସହ ସେ ମିଶିଥିଲେ । ସେଠାରୁ ଜନସାଧାରଣ ଏକ ବିଶାଳ ରୋଡ୍ ଶୋ’ରେ ତାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଜନତା ଫୁଲ ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି । ଏବେ ମା’ଙ୍କ ମନ୍ଦିର ବିକାଶ ପାଇଁ ୫୦କୋଟି ଟଙ୍କାର କାମ ଚାଲିଛି । ଏହା ପର୍ଯ୍ୟାପ୍ତ ନୁହେଁ, ତେଣୁ ମା’ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦କୋଟିର ଅନୁଦାନ ଘୋଷଣା କରିଥିଲେ । ଏବେ ୧୦୦କୋଟି ଟଙ୍କାରେ ମା’ଙ୍କ ମନ୍ଦିର ବିକାଶ କାମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply