Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଣି ଲୁଟେରାଙ୍କୁ ଛାଡ଼ିବୁନି; ଜେଲ୍ ପ୍ରସ୍ତୁତ: ମୋହନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଣି ଲୁଟେରାଙ୍କୁ ଛାଡ଼ିବୁନି; ଜେଲ୍ ପ୍ରସ୍ତୁତ: ମୋହନ


କେନ୍ଦୁଝର: ଜନ୍ମମାଟିରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାର କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା । କେନ୍ଦୁଝର ଖଣି ଲୁଟ୍‌ରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି । ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା । କିଛି ଅଣଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି । ଯେଉଁମାନେ ଲୁଟ୍ କରିଛନ୍ତି; ସେମାନେ ମୋ ନଜରରେ ରହିଛନ୍ତି । କେହି ବର୍ତ୍ତିବେନି । ସମସ୍ତଙ୍କୁ ଜେଲ୍ ପଠାଇବୁ । କେନ୍ଦୁଝରରୁ ଝାରପଡ଼ା ପର୍ଯ୍ୟନ୍ତ ଜେଲ୍ ପ୍ରସ୍ତୁତ ରହିଛି । ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଧାୟକ ଥିବାବେଳେ ପୂର୍ବରୁ ବିରୋଧୀଦଳରେ ଥାଇ ଲଢ଼ୁଥିଲି, ସରକାର ଡରୁଥିଲେ । ସେତେବେଳେ ମନ୍ତ୍ରୀ ପଦ ଓ ଖଣି ଯାଚୁଥିଲେ । ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତୃତ୍ୱ ମିଳିଛି । ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ।

Leave a Reply