Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ସଫଳତା ଲଗାତର ତୃତୀୟ ସଫଳ ଲ୍ୟାଣ୍ଡିଂ କଲା ଆରଏଲଭି ପୁଷ୍ପକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ସଫଳତା ଲଗାତର ତୃତୀୟ ସଫଳ ଲ୍ୟାଣ୍ଡିଂ କଲା ଆରଏଲଭି ପୁଷ୍ପକ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ରବିବାର ପୁଣି ଥରେ ସଫଳତାର କାହାଣୀ ଲେଖିଛି । ଇସ୍ରୋ ରବିବାର ଲଗାତର ତୃତୀୟ ଥର ରିୟୁଜେବୁଲ ଲଂଚ ଭେହିକିଲ ପୁଷ୍ପକର ଲ୍ୟାଣ୍ଡିଂ ଏକ୍ସପେରିମେଂଟରେ ସଫଳତା ହାସଲ କରିଛି । ସୂଚନା ମୁତାବକ କର୍ଣ୍ଣାଟକର ଚିତ୍ରଦୁର୍ଗରେ ରବିବାର ସକାଳ ୭.୧୦ରେ ଲ୍ୟାଣ୍ଡିଂ ଏକ୍ସପେରିମେଂଟର ତୃତୀୟ ଓ ଅନ୍ତିମ ଟେଷ୍ଟ କରାଯାଇଛି । ଚିତ୍ରଦୁର୍ଗର ଏରୋନେଟିକାଲ ଟେଷ୍ଟ ରେଂଜରେ ପୁଷ୍ପକକୁ ଇଣ୍ଡିଆନ ଏୟାରଫୋର୍ସର ଚିନୁକ ହେଲିକପ୍ଟରରେ ୪.୫ କିଲୋମିଟର ଉଚ୍ଚରେ ନିଆଯାଇଥିଲା ଏବଂ ରନୱେରେ ଅଟୋନମସ ଲ୍ୟାଣ୍ଡିଂ ପାଇଁ ଛଡାଯାଇଥିଲା । ପୁଷ୍ପକରେ କ୍ରସ ରେଂଜ କରେକ୍ସନ ମନୁୱରକୁ କାର୍ଯ୍ୟକାରୀ କରି ହରିଜେଂଟାଲ ଲ୍ୟାଣ୍ଡିଂକୁ ସଫଳ ଭାବେ ପୂର୍ଣ୍ଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ପ୍ରଥମ ଲ୍ୟାଣ୍ଡିଂ ପରୀକ୍ଷଣ ୨୦୨୩ ଏପ୍ରିଲ ୨ରେ ଓ ଦ୍ୱିତୀୟ ୨୦୨୪, ମାର୍ଚ୍ଚ ୨୨ରେ କରାଯାଇଥିଲା ।

Leave a Reply