Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫିଲିପାଇନ୍ସ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫିଲିପାଇନ୍ସ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବ ନାହିଁ


ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଚୀନର ଆଧିପତ୍ୟରେ ଫିଲିପାଇନ୍ସ ଏବେ ବିରକ୍ତ ହୋଇଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଚୀନ୍ ସାଗରରେ ଦୁଇ ଦେଶର ନୌସେନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଏହାପରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଫିଲିପାଇନ୍ସ ରାଷ୍ଟ୍ରପତି ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବ ନାହିଁ କିନ୍ତୁ କେବେ ବି ଯୁଦ୍ଧ ଆରମ୍ଭ କରିବ ନାହିଁ । ଏହା ସହ ଫିଲିପାଇନ୍ସ ସୈନିକମାନେ ଦକ୍ଷିଣ ଚୀନ ସାଗରରୁ ପଛକୁ ହଟିବେ ନାହିଁ ବୋଲି ମଧ୍ୟ କୁହାଯାଇଛି । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ହୋଇଥିବା ସଂଘର୍ଷରେ ଚୀନ୍ ସେନା ଫିଲିପାଇନ୍ସ ନୌସେନା କର୍ମଚାରୀଙ୍କୁ ଆହତ କରିବା ଏବଂ ଅତି କମରେ ଦୁଇଟି ସାମରିକ ଡଙ୍ଗାକୁ କ୍ଷତି ପହଞ୍ଚାଇବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏବେ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ତାଙ୍କ ଶୀର୍ଷ ଅଧିକାରୀ ଏବଂ ପ୍ରତିରକ୍ଷା ମୁଖ୍ୟଙ୍କ ସହ ଦ୍ୱୀପ ପ୍ରଦେଶ ପାଲାୱାନ ଅଭିମୁଖେ ଯାତ୍ରା କରିଥିଲେ । ସେ ସେଠାରେ ଚୀନ୍ ତଟରକ୍ଷୀ ବାହିନୀ ଦ୍ୱାରା ଟାର୍ଗେଟ ହୋଇଥିବା ନୌସେନା କର୍ମଚାରୀଙ୍କୁ ଭେଟି ପଦକ ପ୍ରଦାନ କରିବାକୁ ଯାଇଥିଲେ ।

Leave a Reply