Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀଙ୍କୁ ଅଭିନନ୍ଦନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀଙ୍କୁ ଅଭିନନ୍ଦନ

ରାୟଗଡା: ରାୟଗଡ ଜିଲ୍ଲା ଗୁଣୁପୁରଠାରେ ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଉଚ୍ଚ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭୫ ଜଣ ବିଦ୍ୟାର୍ଥିନୀ ବିଦ୍ୟାର୍ଥୀମାନଙ୍କୁ ଏବିଭିପି ଗୁଣପୁର ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା । ମହର୍ଷି ଗୁରୁକୂଳ ପ୍ରଯୋଜନା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ , ସମ୍ମାନିତ ଅତିଥି ଭାବେ କୃଷି ବିଭାଗର ଅଧିକାରୀ ସନ୍ତୋଷ ରଥ ଓ କେସିସି ବ୍ୟାଙ୍କର ବାମଦେବ ପଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଏବିଭିପିର ସ୍ରମ୍ପାଦକ ଅର୍ଜିତ ପଟ୍ଟନାୟକ ଉପସ୍ଥିତ ରହି । ବିଦ୍ୟାର୍ଥୀମାନଙ୍କୁ ନିଜର ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ । ସେଭଳି ଗୁଣତ୍ମାକ ଭିତ୍ତିକ ଶିକ୍ଷା ଗ୍ରହଣ କରି ସଫଳତାରେ କେବଳ ସନ୍ତୋଷ ନହୋଇ ଜ୍ଞାନ କୌଶଳକୁ ଆଦରି ନେବା ଦରକାର ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକାର୍ତ୍ତା ଡ଼ ପ୍ରଶାନ୍ତ ହୋତା ସ୍ୱାଗତ କରିଥିଲେ । ସଭାପତି ଲକ୍ଷ୍ମୀ ମହାଁକୁଡ଼ ସଂଯୋଜନା କରିଥିବାବେଳେ ସମ୍ପାଦକ ସାଇ ପାଣିଗ୍ର ।ହୀ ବିବରଣୀ ପାଠ କରିଥିଲେ । ସଭାରେ ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି ସ୍ୱାଗତ ଭାଷଣ କରିଥିବାବେଳେ ଇନ୍ଦ୍ରାକ୍ଷୀ ଦାଶ୍ ପୁରସ୍କାର ଓ ସମ୍ବର୍ଦ୍ଧନାକୁ ସଂଯୋଜନା କରିଥିଲେ । ଶତ ପ୍ରତିଶତ ଉଚ୍ଚ ନମ୍ବରର ପରୀକ୍ଷା ଫଳ ନିମନ୍ତେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ଗଜପତି ରାଓ ଓ ସମ୍ପାଦକ ସୋମନାଥ ଗୌଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାସ୍ତର ବିଜ୍ଞାନରେ ଉଚ୍ଚ ନମ୍ବର ରଖିଥିବା ଆଶିଷ ମଣ୍ଡଳ ମହର୍ଷି ଗୁରୁକୁଳର ଓ ମ୍ୟାଟ୍ରିକ୍‌ରେ ଉଚ୍ଚ ନମ୍ବର ରଖିଥିବା ଆଦ୍ୟାଶା ପଣ୍ଡା ଏସଏସଭିଏମ୍‌ର ଯୁକ୍ତ ଦୁଇ କଳା ଝରଣା ସାହୁ, ତ୍ରିବେଣୀ କଲେଜ, ବାଣିଜ୍ୟ ବିଭାଗର ବି ରାମ ଚରଣ, ମହଷି ର୍ ଗୁରୁକୁଳର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା । ସେଭଳି ପ୍ରଯୋଜକ ଓ ଶତ ପ୍ରତିଶତ ପରୀକ୍ଷା ଫଳ ରଖିଥିବା ମହର୍ଷି ଗୁରୁକୁଳର ରାଜେଶ କୁମାର ପଣ୍ଡାଙ୍କୁ କାର୍ଯ୍ୟକ୍ରମ ପ୍ରାୟୋଜକ ତଥା ଆଇନ ଶିକ୍ଷାରେ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭିକ ସଙ୍ଗୀତ ଓ ବନ୍ଦେ ମାତାରମ୍ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରମୁଖ ଶେଷସାଇ ସେନାପତି, ବି କିରଣ କୁମାର, ସାଇ ପାଣିଗ୍ରାହୀ, ବି ସତୀଶ କୁମାର ,ଇନ୍ଦ୍ରଖୀ ଦାଶ, ନଗର ପ୍ରମୂଖ ପ୍ରଫୁଲ ଲିମା ଏସ୍ ଶିବାଜୀ,ବିଭାଗ ସଂଗଠନ ମନ୍ତ୍ରୀ ତନ୍ମୟ ପ୍ରିୟଦର୍ଶି ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply