Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରକାରୀ ସ୍କୁଲ ଛାତ୍ରୀଙ୍କ କମାଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରକାରୀ ସ୍କୁଲ ଛାତ୍ରୀଙ୍କ କମାଲ୍

ନୂଆଦିଲ୍ଲୀ: ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ଏ ମାମଲାରେ ବହୁ ସଂଖ୍ୟଙ୍କ ଲୋକଙ୍କ ଜୀବନ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀ ସମସ୍ୟାର ସମାଧାନ ବାହାର କରିଛନ୍ତି । ୧୬ ବର୍ଷୀୟ ଛାତ୍ରୀ ଅଙ୍କିତା ଗୁର୍ଜର ନିଜର ସ୍କୁଲ ପ୍ରୋଜେକ୍ଟ ଅନ୍ତର୍ଗତ ଏକ ନିଆରା ହେଲ୍‌ମେଟ ପ୍ରସ୍ତୁତ କରିଛନ୍ତି । ଏହା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବ । ମଦ୍ୟପାନ କରିଥିବା ବ୍ୟକ୍ତି ଏହି ହେଲ୍‌ମେଟ ପିନ୍ଧି ଯଦି ଗାଡ଼ି ଚଳାଇବାକୁ ଚେଷ୍ଟା କରିବେ, ତେବେ ତାଙ୍କ ବାଇକ୍ ଷ୍ଟାର୍ଟ ହେବ ନାହିଁ । ହେଲ୍‌ମେଟ ନ ପିନ୍ଧିଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବ ନାହିଁ । ହେଲ୍‌ମେଟ ଭିତରେ ଆଲକୋହଲ୍ ବାସ୍ନାଯୁକ୍ତ ସେନ୍ସର ଲାଗିଛି । ଏକ ଡିସି ଫ୍ୟାନ୍ ଲାଗିଛି । ଦୁଇଟି ଛୋଟ ଲାଇଟ୍ ବି ଲାଗିଛି, ଯାହା ଇଣ୍ଡିକେଟର କାମ କରିବ । ଯଦି କୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଚଲାଇବେ, ହେଲ୍‌ମେଟରେ ଲାଗିଥିବା ସେନ୍ସର ତୁରନ୍ତ ବ୍ୟକ୍ତିକୁ ଚିହ୍ନିପାରିବ । ଫଳରେ ତାଙ୍କ ଗାଡ଼ି ଆଉ ଷ୍ଟାର୍ଟ ହେବ ନାହିଁ । ଏହା ଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ ପାଇବ । ଏହି ନିଆରା ହେଲ୍‌ମେଟ ପ୍ରସ୍ତୁତ କରିଥିବା ଛାତ୍ରୀ ଅଙ୍କିତା କହିଛନ୍ତି, ମଦ ପାଇ ଗାଡ଼ି ଚଳାଇବା ଦ୍ୱାରା ବର୍ଷକୁ ହଜାର ହଜାର ସଂଖ୍ୟାରେ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ଦେଖି ସେ ମଦ୍ୟପାନ କରି ଗାଡ଼ି ଚଳାଇବାର ବିକଳ୍ପ ଏବଂ ହେଲ୍‌ମେଟ ବିନା ବାଇକ୍ ଷ୍ଟାର୍ଟ ନ ହେବାର ଉପାୟ ଖୋଜିଲେ । ତାଙ୍କର ଏହି ପଦ୍ଧତି ଯଦି ସମ୍ପୂର୍ଣ୍ଣ ରୂପେ ବିକଶିତ ହେବ, ତେବେ ବହୁ ସଂଖ୍ୟକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ।

Leave a Reply