ପାରଳାଖେମୁଣ୍ଡିସ୍ଥିତ ବୃନ୍ଧାବନ ରାଜପ୍ରସାଦ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବୃନ୍ଧାବନ ରାଜପ୍ରସାଦ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିର ଏହି ଯୋଗ ଦିବସରେ ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଅବଗତ କରାଇ ଥିଲେ ଯେ ୨୦୧୫ ମସିହା ଜୁନ ୨୧ ତାରିଖରୁ ପ୍ରତିବର୍ଷ ପାଳିତ ହୋଇଆସୁଛି । ଯୋଗ କରିବା ଦ୍ୱାରା- ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ ବୋଲି ମତ ରଖି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥପାଠ କରାଇ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସହ ସମାଜକୁ ଦିଗ ଦର୍ଶନ ଦେଇଥିଲେ । ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ ସମେତ ପାରଳା ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶଷ ପ୍ରମୁଖ ଯୋଗ ଦେଇ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇ ପ୍ରତ୍ୟେକେ ପ୍ରତିଦିନ ଅଭ୍ୟାସ କରିବାକୁ ଜଣାଇଥିଲେ କ୍ଷ ଏହି ଯୋଗ ଦିବସରେ ସମସ୍ତ ଅତିଥିମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ, ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ପ୍ରଶିକ୍ଷକ ଆଶାଲତା ପାଣଗ୍ରାହୀ ଓ ବିଘ୍ନେଶ୍ୱର ଦାସ ଯୋଗ ଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ପରେ ପରେ ସୁଶ୍ରୀ ଶ୍ୱେତାଶ୍ୱିନି ଶବର, ଜାତୀୟ ସ୍ତରର ସଫ୍ଟବଲ ଖେଳାଳି ଓ ଶ୍ରୀ ରିଙ୍କୁ ମଣ୍ଡଳ, ପାରମ୍ପରିକ ନୃତ୍ୟ ଓ ବାଦ୍ୟ ଯନ୍ତ୍ର ଶିକ୍ଷକଙ୍କ ସମେତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶଷ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପାରଳା ସହରରେ ଇଣ୍ଡୋର ଷ୍ଟାଡିୟମ୍‌, ବିଯୁକଲ୍ୟଣ ମଣ୍ଡପ, ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ୍ କେନ୍ଦ୍ର, ବେତାଗୁଡା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରମୁଖ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ଲୋକ ପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *