Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନକୁ ପୁଣି ମୁହଁତୋଡ ଜବାବଦେଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନକୁ ପୁଣି ମୁହଁତୋଡ ଜବାବଦେଲା ଭାରତ

ନୂଆଦିଲ୍ଲୀ : ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି । କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ତାହାର କଡ଼ା ଜବାବ ଦେଉଛନ୍ତି । ପୁଣିଥରେ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଛି, ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେଇଛି । ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ଅନୁପମା ସିଂ ପାକିସ୍ତାନକୁ ତାଗିଦ କରି ଏହାର ପ୍ରକୃତ ଚେହେରାକୁ ବିଶ୍ୱରେ ପ୍ରକାଶ କରିଛନ୍ତି । ଅନୁପମା ସିଂ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର କ୍ରମାଗତ ଦମନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ମିଳିତ ଜାତିସଂଘର ଜଣେ ସଦସ୍ୟ(ପାକିସ୍ତାନ) ପୁନର୍ବାର ଏହି ପ୍ଲାଟଫର୍ମରେ ଭାରତ ବିରୋଧରେ ପ୍ରଚାର ଚଳାଇଛନ୍ତି । ଭାରତ ନିର୍ବାଚନରେ ଜମ୍ମୁ କଶ୍ମୀରବାସୀଙ୍କ ଅଂଶଗ୍ରହଣ ହେଉଛି ଏହାର ଉତ୍ତର । ଆତଙ୍କବାଦ ରପ୍ତାନି କରିବା ଏହି ଦେଶର କାମ ।

Leave a Reply