Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଓବାଦୀଙ୍କ ଦ୍ୱାରା ପଥର ଗୁମ୍ଫାରେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଓବାଦୀଙ୍କ ଦ୍ୱାରା ପଥର ଗୁମ୍ଫାରେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଗ୍ରାମ ନିକଟରେ ମାଓ ଦମନ ପାଇଁ ମୃତୟନ ହୋଇଥିବା ୧୪୨ବାଟାଲିଆନ ର ବିଏସଏଫ ଯବାନ ମାନେ ଆଜି ବେଜାଙ୍ଗିବାଡା ସଂରକ୍ଷିତ ଜଂଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ସେମାନେ କୁରମାନୁର ପଂଚାୟତ ଦୁଲାଗୁଣ୍ଡି ଗ୍ରାମ ନିକଟରେ ଏକ ପଥର ଗୁମ୍ଫା ରେ ମାଓବାଦୀ ଙ୍କ ଦ୍ୱାରା ଡମ୍ପ କରାଯାଇ ମାଓ ସାମଗ୍ରୀ ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲେ । ପରେ ଯବାନ ମାନେ ସୁରକ୍ଷିତ ଭାବେ ଉକ୍ତ ଗୁମ୍ଫାରୁ ମାଓ ସାମଗ୍ରୀକୁ ଉଦ୍ଧାର କରିଥିଲେ! ଉଦ୍ଧାର ସାମଗ୍ରୀ ଗୁଡିକ ମଧ୍ୟରେ ଦେଶୀ ବନ୍ଧୁକ, ଇଲେକ୍ଟ୍ରି ଡିଟୋନେଟର, ଜିଲୋଟିନ ଷ୍ଟିକ, ସୋଲାର ପ୍ଲେଟ, ବ୍ୟାଟେରୀ, ସିଲିଣ୍ଡର, ଓ ମେଡ଼ିସିନ ପ୍ରଭୃତି ରହିଛି । ଜବତ ମାଓ ବିସ୍ଫୋରକ ସାମଗ୍ରୀ ଗୁଡିକୁ ଯବାନ ମାନେ କ୍ୟାମ୍ପକୁ ଆଣିଥିଲେ!

Leave a Reply