Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୋଗମୁଦ୍ରାରେ ଦେଶର ଯବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୋଗମୁଦ୍ରାରେ ଦେଶର ଯବାନ

ନୂଆଦିଲ୍ଲୀ: ଯୋଗମୁଦ୍ରାରେ ଯବାନ । ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ । ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ । ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ । ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି । ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି । ସେପଟେ ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ । ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି । ୱାଘା-ଅଟ୍ଟାରୀ ବର୍ଡରରେ ବି ଯୋଗ କରିଛନ୍ତି ଯବାନ । ଆଜି ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ୍ ରହିଛି \’ସ୍ୱୟଂ ଓ ସମାଜ ପାଇଁ ଯୋଗ\’ । ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଯୋଗ ଦିବସର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ । । ୨୦୧୪ ମସିହା ସେପ୍େଟମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲା । ଉକ୍ତ ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମିଳିଥିଲା । ଏହାପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା । ଏହାପରଠୁ ଜୁନ୍ ୨୧କୁ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ବିଶ୍ୱର ବିଭିନ୍ନ ଦେଶରେ ପାଳନ କରାଯାଉଛି ।

Leave a Reply