ଆରୋଗ୍ୟ ଭାରତୀର ବିଶ୍ୱ ଯୋଗ ଦିବସ ପାଳିତ

ବ୍ରହ୍ମପୁର ତା.୨୧.୦୬.ପ୍ରାତଃ ଗାନ୍ଧୀ ନଗର ଠାରେ ଆରୋଗ୍ୟ ଭାରତୀ ଓ ମହର୍ଷି ଦୟାନନ୍ଦ ଯୋଗ କେନ୍ଦ୍ର ମିଳିତ ଯୋଗ ଶିବିର ପୂର୍ଣ୍ଣ ଚନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ଏଠାରେ ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ, ଯୋଗ ଭାରତୀ ଉତ୍କଳ ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଡା. ଏ. ବାଳକୃଷ୍ଣ ଯୋଗଦେଇ ଯୋଗ ପ୍ରଦର୍ଶନ ସହ କହିଲେ ଯୋଗ ଆଜି ରୁଷି ମାନଙ୍କ ମଧ୍ୟରେ ସୀମିତ ନରହି ବୈଶ୍ୱିକ ସ୍ୱାସ୍ଥ୍ୟ ସଂଜୀବନୀ ହୋଇ ପାରିଛି । ଯୋଗ ଦ୍ୱାରା ମନ ଶରୀର ବିନା ମୂଲ୍ୟରେ ବିନା ପ୍ରତିକ୍ରିୟାରେ ଦୁଃସାଧ୍ୟ ରୋଗ ସବୁ ଭଲ ହୋଇ ପାରୁଛି ଏଣୁ ସମସ୍ତେ ନିତ୍ୟ ଯୋଗ ପ୍ରାଣାୟାମ ଆସନ କରିବାକୁ ପରମର୍ଶ ଦେଇଥିଲେ । କେଉଁ ଯୋଗ ଦ୍ୱାରା କେଉଁ ରୋଗ ଭଲ ହେଉଛି ବିଷଦ ଭାବେ କହିଥିଲେ ।ଏଠାରେ ସତ୍ୟନାରାୟଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପାତ୍ର , ପୂର୍ଣ୍ଣିମା ବେହେରା, ବିଭୂତି ଭୂଷଣ ପଣ୍ଡା, ଗୋପିନାଥ ବେହେରା, ସୁଦର୍ଶନ ପଣ୍ଡା, ଇନ୍ଦିରା ପଟ୍ଟନାୟକ, କେ.ସୁଧିର ଆଦି ବହୁ ସଭ୍‌ଯ ଯୋଗଦେଇ ଯୋଗାଭ୍ୟାସ କରିଥିଲେ ।

Leave a Reply

Your email address will not be published. Required fields are marked *