Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁସ୍ଥ ସମାଜ ଗଠନରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁସ୍ଥ ସମାଜ ଗଠନରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୋଗ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାକୁ ସମାଜର ସବୁ ସ୍ତରକୁ ନେବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ସକାଳ ୭ ଟା ଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଯୋଗ ଅଭ୍ୟାସ କରାଯାଇ ଥିଲା । ଚଳିତ ବର୍ଷ ଯୋଗର ଥିମ୍ ଥିଲା ‘ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ’ । ପ୍ରାୟ ଏକ ହଜାରରୁ ଅଧିକ ଲୋକ, ଅଧିକାରୀ, କ୍ରୀଡାବିତ୍‌, ଛାତ୍ର ଛାତ୍ରୀ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍‌, ମୁଖ୍ୟ ଶାସନ ସଚିବ ପି କେ ଜେନା ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ । ରାଜ୍ୟର ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି । ମନ୍ତ୍ରୀ, ସାଂସଦ, ବିଧାୟକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଧୁନିକ ଯୁଗରେ ସମସ୍ତେ ଚାପ ଗ୍ରସ୍ତ ହୋଇ ରହୁଛନ୍ତି । ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା କରି ଏହି ଚାପକୁ ଦୂର କରି ହେବ ଓ ଏକ ସୁସ୍ଥ ସମାଜ ଗଠନ କରି ହେବ । ଦୈନଦିନ ଜୀବନରେ ଯୋଗକୁ ଗ୍ରହଣ କରି ଆମେ ଏକ ସୁସ୍ଥ ଏ ସୁନ୍ଦର ଜୀବନ ହାସଲ କରିପାରିବା । କେବଳ ଏହି ଗୋଟିଏ ଦିନ ନୁହେଁ, ଦୈନଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଗାଭ୍ୟାସ ଜାରି ରଖିବା ପାଇଁ ଆମେ ସମସ୍ତେ ପ୍ରତିଶୃତିବଦ୍ଧ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସୁସ୍ଥ, ସୁଖୀ ଓ ସନ୍ତୁଳନଯୁକ୍ତ ସମାଜ ପାଇଁ ଆମେ ସମସ୍ତେ ଆସନ୍ତୁ ସଂକଳ୍ପ ନେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ନିଜ ଅଭିଭାଷଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଫଳରେ ୨୦୧୫ରୁ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସ୍ତରରେ ମେ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଯୋଗର ମହାତ୍ମ୍ୟ ଆଜି ସାରା ବିଶ୍ୱରେ ପ୍ରସାରିତ ହୋଇଛି ବୋଲି ସେ କହିଥିଲେ ।

Leave a Reply