Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ରେଲୱେ କାଶ୍ମୀରରେ ଦୁନିଆର ସବୁଠାରୁ ଉଚ୍ଚା ରେଳପୋଲ ଉପରେ ଟ୍ରାଏଲ ରନ୍ କଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ରେଲୱେ କାଶ୍ମୀରରେ ଦୁନିଆର ସବୁଠାରୁ ଉଚ୍ଚା ରେଳପୋଲ ଉପରେ ଟ୍ରାଏଲ ରନ୍ କଲା

ରିୟାସୀ : ସଂଗଲଧାନରୁ ରେଲୱେ ଷ୍ଟେସନ ରିୟାସୀ ପର୍ଯ୍ୟନ୍ତ ଗୁରୁବାର ଦିନ ଦଶ ଡବା ବିଶିଷ୍ଟ ଟ୍ରେନ୍‌ର ଟାୟଲ ରନ୍ ସଫଳ ରହିଛି । ଏହି ଅବସରରେ ଟ୍ରେନ୍ ବିଶ୍ୱର ସବୁଠାରୁ ଉଚ୍ଚା ରେଲୱେ ପୋଲରେ ଯାଇଛି । ମଧ୍ୟାହ୍ନ ବାରଟା ପାଖାପାଖି ଏହି ଟ୍ରେନ୍ ସଂଗଲଧାନରୁ ରିୟାସୀ ପାଇଁ ବାହାରିଥିଲା । ପ୍ରାୟ ଦୁଇଟାରେ ରିୟାସୀ ପହଂଚିବା ପରେ ରେଲୱେ ଷ୍ଟେସନ ଭାରତ ମାତାକି ଜୟର ଜୟଘୋଷ ଗୁଞ୍ଜରଣ ହୋଇଥିଲା । ଟ୍ରେନ୍‌ରେ ପରିଯୋଜନା ଉପରେ କାମ କରିଥିବା କର୍ମଚାରୀଙ୍କୁ ଟ୍ରାୟଲ ରନ୍ ଟ୍ରେନ୍‌ରେ ବସାଯାଇଥିଲା । ଏହାବ୍ୟତୀତ ରେଲୱେର ଅଧିକାରୀ ମଧ୍ୟ ଟ୍ରେନ୍‌ରେ ଉପସ୍ଥିତ ରହିଥିଲେ । ଟ୍ରାୟଲ ରନ୍ ପୁରା ହେବା ପରେ ଟ୍ରେନ୍‌କୁ ରିୟାସୀରୁ କାଶ୍ମୀର ପର୍ଯ୍ୟନ୍ତ ଏହି ମାସ ଶେଷ ପର୍ଯ୍ୟନ୍ତ ଚଲାଯାଇପାରେ । ଏହି ଅବସରରେ ପୂର୍ବ ସରପଂଚ ରାଜକୁମାର ଶର୍ମା କହିଛନ୍ତି ଯେ ଲମ୍ବା ସମୟ ପରେ ଲୋକଙ୍କ ସ୍ୱପ୍ନ ସାକାର ହୋଇଛି । କୋଡ଼ିଏ ବର୍ଷ ପୂର୍ବରୁ ଯେତେବେଳେ କାମ ଆରମ୍ଭ ହୋଇଥିଲା ସେତେବେଳେ ଅନେକ କିସମର ସମସ୍ୟା ଆଗରେ ଥିଲା । ରେଲୱେ ପାହାଡ଼କୁ କାଟି ବାଟ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଟନେଲ ତିଆରି କରାଯାଇଥିଲା ଏବଂ ଆଜି ଟ୍ରେନ୍‌ର ଇଞ୍ଜିନ୍ କିଛି ଡବା ସହିତ ଆସିଥିଳା । ଆଗକୁ ଟ୍ରେନ୍ ପୁରାପୁରି ଆସିବ ।

Leave a Reply