Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ନକ୍ସଲଙ୍କ ଆତ୍ମସମର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ନକ୍ସଲଙ୍କ ଆତ୍ମସମର୍ପଣ

See

ମାଲକାନଗିରି: ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଲେ ୩ ନକ୍ସଲ । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଛତିଶଗଡ଼ ସୁକମା ଅଞ୍ଚଳର । ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ଗାଁରେ ରହୁଥିଲେ ଓ ନକ୍ସଲ ସଙ୍ଗଠନକୁ ସୂଚନା ପ୍ରଦାନ କରୁଥିଲେ । ତେବେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନ ଠାରୁ ଦୂରେଇ ଯାଇଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦେବ ମଡଭି, ଆଡମ୍ ମାଡ଼କାମୀ ଓ ମୁକା ସୋଡି । ଏହି ୩ ନକ୍ସଲଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଅଂଚଳରେ । ଦେବ ୨୦୨୦ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍ ହୋଇଥିଲା । ସେ ସାଉଥ୍ ବସ୍ତର ଡିଭିଜନର ଗ୍ରାମ ରକ୍ଷକ ଦଳର ସଦସ୍ୟ ଭାବେ ଯୋଗଦେଇଥିଲା । କିନ୍ତୁ, ସେ ନିଜ ଗାଁରେ ରହୁଥିଲା । ଖାଦ୍ୟ ସାମଗ୍ରୀ ଓ ସୂଚନା ନକ୍ସଲଙ୍କୁ ପଠାଉ ଥିଲା । ମାତ୍ର କୋଂଟାରେ ସିଆରପିଏଫ୍ କ୍ୟାମ୍ପ ହେବା ପରେ ଦେବ ସଙ୍ଗଠନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲା ।

insights and ads

All reactions:

Leave a Reply