Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି

ୱାଶିଟନ୍ : ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି । ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି । ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ତିବ୍ୱତର ନେତା ଦଲାଇ ଲାମାଙ୍କୁ ଭେଟିଥିଲେ । ବୈଠକ ପୂର୍ବରୁ ମଧ୍ୟ ବେଜିଂ ଆମେରିକାକୁ ଦଲାଇ ଲାମା ଗୋଷ୍ଠୀର କାହାକୁ ନ ଭେଟିବାକୁ ଚେତାବନୀ ଦେଇଥିଲା । ବର୍ତ୍ତମାନ ଏହି ବୈଠକ ପରେ ଚାଇନା ରାଗିଛି । ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ ଭେଟିବା ପାଇଁ ଦ୍ୱିପାକ୍ଷିକ ଆମେରିକାର ସାଂସଦମାନଙ୍କର ଏକ ୭ ସଦସ୍ୟ ବିଶିଷ୍ଟ ଦଳ ଭାରତରେ ପହଞ୍ଚିଥିଲେ । ଆମେରିକାର ହାଉସ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ମାଇକେଲ ମ୍ୟାକକାଲଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଧର୍ମଶାଲାରେ ପହଞ୍ଚିଥିଲେ । ମାଇକେଲ ଏବଂ ଆମେରିକାର ଲୋକ ସଭାର ପୂର୍ବତନ ବାଚସ୍ପତି ନାନସୀ ପେଲୋସି ନିର୍ବାସିତ ତିବ୍ଦତୀୟ ସଂସଦକୁ ସମ୍ବୋଧିତ କରି ତିବ୍ଦତର ସ୍ୱାଧୀନତାକୁ ସମର୍ଥନ କରିଥିଲେ । ଏହାପରେ ଆମେରିକୀୟ ଟିମ୍ ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ସେମାନେ ଚାଇନା ବିରୋଧରେ କଡ଼ା ଭାଷଣ ଦେଇଥିଲେ । ଆମେରିକା ଦୀର୍ଘ ଦିନ ହେବ ତିବ୍ଦତୀୟ ଲୋକଙ୍କ ଧର୍ମ ଏବଂ ସଂସ୍କୃତିର ଅଧିକାରକୁ ସମର୍ଥନ କରିଆସୁଛି । ଆମେରିକା ନିକଟରେ ଏକ ବିଲ ପାସ କରିଛି ଯାହା ତିବ୍ଦତ ଉପରେ ଚାଇନାର ଦାବିକୁ ଚ୍ୟାଲେଞ୍ଜ କରୁଛି । ଏହା ସହିତ ଚାଇନା ଏବଂ ଦଲାଇ ଲାମାଙ୍କ ମଧ୍ୟରେ କଥାବାର୍ତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ଗସ୍ତ ଏବଂ ବିଲ ଉପରେ ଚାଇନା ରାଗିଛି । ଏହି ଗସ୍ତ ପୂର୍ବରୁ ଚାଇନା କହିଥିଲା ଯେ, ଦଲାଇ ଲାମା ଜଣେ ବିଚ୍ଛିନ୍ନତାବାଦୀ ଏବଂ ଆମେରିକା ତାଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍ ନୁହେଁ ।

Leave a Reply