Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା

ବମ୍ୱେ : ରାମାୟଣକୁ କଦର୍ଥ କରିବା ପଡିଲା ମହଙ୍ଗା । ଆଇଆଇଟି ବମ୍ୱେର ୮ଛାତ୍ରଙ୍କୁ ମୋଟା ଅଙ୍କର ଜରିମାନା ସହ ହଷ୍ଟେଲରୁ ବିଦା କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚରେ ଆୟୋଜିତବାର୍ଷିକ କଳା ମହୋତ୍ସବରେ ‘ରାହୋବନ’ ନାଟକ ପରିବେଷଣ କରିଥିଲେ ଛାତ୍ର । ଏଥିରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କୁ ନେଇ ଅନେକ ଅପମାନଜନକ ଶବ୍ଦପ୍ରୟୋଗ କରାଯାଇଥିଲା । ରାମାୟଣ ଉପରେ ଆଧାରିତ ଏହି ନାଟକକୁ ନେଇ ଗୋଟିଏ ସେକ୍ସନର ଛାତ୍ରଛାତ୍ରୀ ଆପତ୍ତି କରିବା ସହ ଏନେଇ ଅଭିଯୋଗ ଆଣିଥିଲେ । ଏହାପରେ ନାଟକରେ ସାମିଲ୍ ଥିବା ୮ଛାତ୍ରଙ୍କୁ ୧.୨ଲକ୍ଷ ଲେଖାଏଁ ଜରିମାନା ସହ ହଷ୍ଟେଲରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଚଳିତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା । ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର । ମଞ୍ଚ ଉପରେ ସେମାନେ ନାଟକ ପରିବେଷଣ କରୁଥିବା ବେଳେ ତଳେ ତାଳି ବର୍ଷା କରି ଚାଲିଥିଲେ ଦର୍ଶକ । ରାମାୟଣର ଅର୍ଥକୁ କଦର୍ଥ କରି ଛାତ୍ରମାନେ କିଛି ସଂଳାପ କହିଥିଲେ । ରାମ ଓ ରାବଣକୁ ତୁଳନା କରିବା ସହ ମାତା ସୀତାଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆ ଏକ୍ସରେ ଭାଇରାଲ୍ ହୋଇଥିଲା । ଆଇଆଇଟି ବମ୍ବେର ପ୍ରବକ୍ତା ଏହି ଘଟଣାରେ କିଛି କହିବାକୁମନା କରି ଦେଇଛନ୍ତି । ଆଇଆଇଟି ଛାତ୍ରଙ୍କୁ ଗତ ଜୁନ୍ ୪ରେ ଏକ ଜରିମାନା ନୋଟିସ୍ ଜାରି କରାଯାଇଥିଲା । ଏହାପୂର୍ବରୁ ନାଟକ ସମ୍ବନ୍ଧୀୟ ଅଭିଯୋଗର ସମାଧାନପାଇଁ ଶୃଙ୍ଖଳା କମିଟିର ଏକ ବୈଠକ ମଧ୍ୟ ଡକାଯାଇଥିଲା । ସମ୍ପୃକ୍ତ ଛାତ୍ର ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ କମିଟି ଦଣ୍ଡବିଧାନ ପାଇଁ ସୁପାରିଶ କରିଥିଲା । ଏଥିରେ ୪ଗ୍ରାଜୁଏଟ୍ ଛାତ୍ରଙ୍କୁ ୧.୨୦ଲକ୍ଷ ଓ ୪ଜୁନିଅୟ ଛାତ୍ରଙ୍କୁ ୪୦ହଜାର ଟଙ୍କାର ଫାଇନ୍ ସହ ହଷ୍ଟେଲରୁ ବିଦା କରାଯାଇଛି । ତେବେ ଆସନ୍ତାଜୁଲାଇ ୨୦ , ୨୦୨୪ ସୁଦ୍ଧାଷ୍ଟୁଡେଣ୍ଟସ୍ ଆଫେୟାର୍ସ ଡିନଙ୍କକାର୍ଯ୍ୟାଳୟରେ ୧.୨୦ ଲକ୍ଷ ଟଙ୍କାଜରିମାନା ଦେବାକୁ ବିଜ୍ଞପ୍ତିରେଦର୍ଶାଯାଇଛି ।ସୋସିଆଲ ମିଡିଆପ୍ଲାଟଫର୍ମ ଢ ରେ ‘ଆଇଆଇଟି ବି ଫଭାରତ’ ଏହି ବିଜ୍ଞପ୍ତି ପୋଷ୍ଟ କରିଛି ।ଏହି ଟିମ୍‌ର ସଦସ୍ୟ ପୂର୍ବରୁ ନାଟକକୁବିରୋଧ କରିଥିଲେ । ଏହା ପରେକାର୍ଯ୍ୟାନୁଷ୍ଠାନନିଆଯାଇଥିଲା । ଯାହାକୁ ସ୍ୱାଗତ କରାଯାଇଛି । ଏହି ପୋଷ୍ଟରେ ଏହା ଲେଖାଯାଇଛି ଯେ ରାମାୟଣକୁ ଏହି ନାଟକରେ ସଠିକ ଢଙ୍ଗରେ ପ୍ରଦର୍ଶନ କରାଯାଇନାହିଁ । ଛାତ୍ରମାନେ ପ୍ରଭୁ ରାମ, ମାତା ସୀତା ଏବଂ ପ୍ରଭୁ ଲକ୍ଷ୍ମଣଙ୍କୁ ପରିହାସ କରିବା ପାଇଁ ବାକ୍ ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି ।

Leave a Reply