Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକଲେ

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ସଦନ କମିଟିର ଅଧ୍ୟକ୍ଷ ମାଇକେଲ୍ ମ୍ୟାକକଲ୍‌ଙ୍କ ନେତୃତ୍ୱରେ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଆମେରିକୀୟ କଂଗ୍ରେସର ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛି । ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନେନ୍ସି ପାଲୋସୀ, ପ୍ରତିନିଧି ଗ୍ରେଗରୀ ମିକ୍ସ, ପ୍ରତିନିଧି ମେରିଏନେଟ୍ ମିଲର-ମିକ୍ସ, ପ୍ରତିନିଧି ନିକୋଲ ମ୍ୟାଲିୟୋଟାକିସ, ପ୍ରତିନିଧି ଅମରୀଶ ବାବୁଲାଲ ‘‘ଅମୀ ବେରା’’ ଏବଂ ପ୍ରତିନିଧି ଜିମ୍ ମ୍ୟାକଗବର୍ଣ୍ଣ ସାମିଲ ଥିଲେ । ପ୍ରତିନିଧି ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର ଲଗାତାର ଐତିହାସିକ ଭାବେ ନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେମାନେ ଭାରତରେ ନିକଟରେ ଅନୁଷ୍ଠିତ ହୋଇଥିବା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ଗଭୀର ଭାବେ ପ୍ରଶଂସା କରିଥିଲେ । ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ବ୍ୟବସାୟ, ନୂଆ ଓ ଉଦୀୟମାନ ପ୍ରଯୁକ୍ତି, ପ୍ରତିରକ୍ଷା, ନାଗରିକ ସମ୍ପର୍କ ସମେତ ସବୁ କ୍ଷେତ୍ରରେ ବ୍ୟାପକ ରଣନୀତିକ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ଉପରେ ସେମାନଙ୍କର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ । ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକା କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହା ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଓ ନାଗରିକଙ୍କ ମଧ୍ୟରେ ମଜବୁତ ସମ୍ପର୍କ ଉପରେ ଆଧାରିତ । ସେ ବିଶ୍ୱ କଲ୍ୟାଣ ପାଇଁ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ବିଗତ ବର୍ଷ ଜୁନ ମାସରେ ଆମେରିକାକୁ ନିଜର ସରକାରୀ ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ସୁଯୋଗ ମିଳିବା ଘଟଣାର ସ୍ମରଣ କରିଥିଲେ ।

See insights and ads

Boost post

All reactions:

22

Leave a Reply