Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା

କଟକ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଆଗତ ମାମଲାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟ ମହାପ୍ରଭୁଙ୍କ ଜମି ବିକ୍ରି ଖର୍ଦ୍ଦି ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍ ଜାରି କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଜବାବରେ ହାଇକୋର୍ଟ ମାଗିଥିବା ତଥ୍ୟ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନ ଥିଲା । ଏ ନେଇ ସାନି ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply