Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୟୁଏଇରୁ ଆସୁଛି ଅଧିକ ସୁନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟୁଏଇରୁ ଆସୁଛି ଅଧିକ ସୁନା

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ) ଏବେ ସୁନା ଆମଦାନିର ପ୍ରମୁଖ ସ୍ଥଳ ଭାବେ ଉଭା ହୋଇଛି । ସରକାରଙ୍କ ସହ ରହିଥିବା ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ)ରେ ଟିକସ କମ୍ ରହୁଥିବାରୁ ଆମଦାନିକାରୀମାନେ ସେଠାରୁ ଅଧିକ ସୁନା ଓ ରୁପା ଆଣିବା ଉପରେ ଜୋର ଦେଉଛନ୍ତି । ସେଥିପାଇଁ ୨୦୨୩-୨୪ରେ ୟୁଏଇରୁ ସୁନା ଆମଦାନିରେ ୨୧୦ ପ୍ରତିଶତ ବୃଦ୍ଧି ଘଟିଛି । କେବଳ ଏହି ଦେଶରୁ ୧୦୭୦ କୋଟି ଡଲାରର ସୁନା ଭାରତ ଆସିଛି । ୟୁଏଇ ସହିତ ହୋଇଥିବା ରାଜିନାମାରେ ସୁନା ଆମଦାନିକୁ ନେଇ ଯେଉଁ ସୁବିଧା ରହିଛି ସେଥିରେ ସଂଶୋଧନ କରିବାକୁ ଦାବି ହୋଇଛି । ଚୁକ୍ତି ଅନୁସାରେ ଅସୀମିତ ପରିମାଣର ରୁପା ଆମଦାନି ଉପରେ ୭ ପ୍ରତିଶତ ଟିକସ କିମ୍ବା ସୀମା ଶୁଳ୍କ ଛାଡ଼ ରହିଥିବା ବେଳେ ୧୬୦ ଟନ୍ ପର୍ଯ୍ୟନ୍ତ ସୁନା ଆମଦାନି ଉପରେ ୧ ପ୍ରତିଶତ ଟିକସ ରହିଛି । ଏହି ଚୁକ୍ତି ୨୦୨୨ ମେ’ରୁ କାର୍ଯ୍ୟକାରୀ ହୋଇଛି । ଗିଫ୍ଟ ସିଟିରେ ଥିବା ଭାରତ ଅନ୍ତର୍ଜାତୀୟ ବୁଲିଅନ୍ ଏକ୍ସଚେଞ୍ଜ ଜରିଆରେ ସୁନା ଓ ରୁପା ଆମଦାନି କରିବା ଲାଗି ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ୟୁଏଇରୁ ଯେଉଁ ପରିମାଣରେ ସୁନା ଆମଦାନି ହେଉଛି ତାହା ଦୀର୍ଘସ୍ଥାୟୀ ହେବନାହିଁ । କାରଣ ୟୁଏଇରେ ସୁନା ଖଣି ନାହିଁ । ଭାରତରେ ସୁନା, ରୁପା ଓ ଗହଣା ଉପରେ ଲଗାଯାଇଥିବା ୧୫ ପ୍ରତିଶତ ଟିକସ ସମସ୍ୟାର ମୂଳ କାରଣ । ସେଥିପାଇଁ ସୁନାର ବ୍ୟାପକ ଚୋରାଚାଲାଣ ଓ ଅପବ୍ୟବହାର ହେଉଛି । କମ୍ ଦାମ୍‌?ରେ ସୁନା ଆମଦାନି କରୁଥିବା ବ୍ୟବସାୟୀମାନେ ଅଧିକ ଲାଭ ପାଉଛନ୍ତି । ସେମାନେ ସେହି ଲାଭକୁ ଗ୍ରାହକଙ୍କୁ ଦେଉନାହାନ୍ତି ବୋଲି ସେ କହିଛନ୍ତି ।

Leave a Reply