Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ ପରିଚୟ: ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ ପରିଚୟ: ମୋଦି

ନୂଆଦିଲ୍ଳୀ: ପୁରୁଣା ପରିଚୟ ଫେରି ପାଇବ ‘ନାଳନ୍ଦା’ । ବିଶ୍ୱପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁନଃଉଦ୍ଧାର ସହ ନୂଆ କ୍ୟାମ୍ପସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ସହ ନାଳନ୍ଦା ବିଶ୍ୱବିଦ୍ୟାଳୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ନାଳନ୍ଦାର ଧ୍ୱଂସାବଶେଷକୁ ବୁଲି ଦେଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇଛନ୍ତି । ଏଥିସହ ମୋଦି ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି । ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ । ନାଳନ୍ଦା ହେଉଛି ଏକ ପରିଚୟ । ଏକ ସମ୍ମାନ । ନାଳନ୍ଦାର ଏକ ମୂଲ୍ୟ, ମନ୍ତ୍ର, ଗର୍ବ, କାହାଣୀ ରହିଛି । ନାଳନ୍ଦା ହେଉଛି ସତ୍ୟର ଘୋଷଣା । ନିଆଁରେ ବହି ଜଳି ପାରିବ କିନ୍ତୁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ ନିଆଁ । ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ନାଳନ୍ଦା ଏକଦା ଭାରତର ପରମ୍ପରା ଏବଂ ପରିଚୟର ଜୀବନ୍ତ କେନ୍ଦ୍ର ଥିଲା । ଶିକ୍ଷାକୁ ନେଇ ଭାରତର ଏହା ହିଁ ଚିନ୍ତାଧାରା ଥିଲା । ଶିକ୍ଷା ଆମକୁ ଗଢ଼େ, ଆମକୁ ବିଚାର ଶକ୍ତି ପ୍ରଦାନ କରେ । ନାଳନ୍ଦାର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ଥରେ ସେହି ପ୍ରାଚୀନ ପ୍ରଣାଳୀକୁ ଅଧୁନିକ ରୂପରେ ମଜଭୁତ କରିବାକୁ ହେବ । ମୁଁ ଖୁସି ଯେ ଆଜି ବିଶ୍ୱର ଅନେକ ଦେଶରୁ ଅନେକ ଛାତ୍ର ଏଠାକୁ ଆସୁଛନ୍ତି । ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି । ପୁରାତନ ନାଲନ୍ଦା ବିଶ୍ୱବିଦ୍ୟାଳୟ ଯେଉଁଠି ଥିଲା ସେହି ଅଞ୍ଚଳ ପାଖରେ ୪୫୫ ଏକର ଜମିରେ ୧୭୪୯ କୋଟି ଟଙ୍କା ବ୍ୟୟରେ ନୂଆ କ୍ୟାମ୍ପସ୍ ନିର୍ମାଣ ହୋଇଛି । ୪୦ କ୍ଲାସରୁମ୍‌ରେ ଏବେ ମୋଟ୍ ୧୮୯୦ ଛାତ୍ରଛାତ୍ରୀ ପାଠ ପଢ଼ିବେ । କ୍ୟାମ୍ପସରେ ଇଏବେ ଯାଏଁ ୨୦ରୁ ଅଧିକ ରାଷ୍ଟ୍ରର ଅନେକ ଛାତ୍ରଛାତ୍ରୀ ନାଳନ୍ଦାରେ ଆଡମିଶନ୍ ନେଲେଣି । ବିଶେଷ ଭାବେ ଆମେରିକା, ଇଣ୍ଡୋନେସିଆ, ଭୁଟାନ, ଆର୍ଜେଣ୍ଟିନା, ଥାଇଲାଣ୍ଡ, ତୁର୍କି ଭଳି ଦେଶର ଛାତ୍ରଛାତ୍ରୀ ଏଥିରେ ରହିଛନ୍ତି । ସମ୍ପୂର୍ଣ୍ଣ କ୍ୟାମ୍ପସ୍ ନେଟ୍ ଜିରୋ ଏରିଆ ଅର୍ଥାତ ଗ୍ରୀନ ହାଉସ୍ ଇଫେକ୍ଟ ନଥିବା ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି । ୪୫୫ ଏକର କ୍ୟାମ୍ପସର ୧୦୦ ଏକର ଜମିରେ ପୁଷ୍ପରିଣୀ ତଥା ଜଳ ସଞ୍ଚୟ ପାଇଁ ବ୍ୟବସ୍ଥା ହୋଇଛି । ୧୬୦୦ ବର୍ଷ ପୂର୍ବେ ବିହାରର ରାଜଗିରୀ ଜିଲ୍ଲାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ବଡ଼ ତଥା ଉନ୍ନତମାନର ବିଶ୍ୱବିଦ୍ୟାଳୟ ଥିଲା । ପରେ ବିଦେଶୀ ଶତ୍ରୁଙ୍କ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ନଷ୍ଟ କରାଯାଇଥିଲା ।

Leave a Reply