Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍କୁଲ ପିଲାଙ୍କ ପଢ଼ାକୁ ଗୁରୁତ୍ୱ କ୍ଲାସରୁମ୍‌ରେ ଲାଗିବ ଟାଇମ୍ ଟେବୁଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍କୁଲ ପିଲାଙ୍କ ପଢ଼ାକୁ ଗୁରୁତ୍ୱ କ୍ଲାସରୁମ୍‌ରେ ଲାଗିବ ଟାଇମ୍ ଟେବୁଲ

ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପରେ ରାଜ୍ୟର ଅଧା ସ୍କୁଲ ଖୋଲିଛି । ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ ୨୦ ତାରିଖ ପରେ ଖୋଲିବ । ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଭିନ୍ନ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଛି । ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍କୁଲ ଖୋଲିବା ମାତ୍ରେ ପ୍ରଧାନଶିକ୍ଷକ ଶିକ୍ଷକଙ୍କୁ ନେଇ ଏକ ବୈଠକ କରିବେ । ଏହି ବୈଠକରେ ପାଠପଢ଼ାର ଯୋଜନା ନେଇ ପ୍ରସ୍ତୁତି କରାଯିବ । ଟାଇମ୍ ଟେବୁଲ ପ୍ରସ୍ତୁତ କରାଯିବ । ଲେସନ୍ ପ୍ଲାନ୍ କିମ୍ବା ଲେସନ୍ ନୋଟ୍ ପ୍ରସ୍ତୁତ କରାଯିବ । ପାଠ୍ୟପୁସ୍ତକ ଓ ୱାର୍କବୁକ୍‌ସ ବଣ୍ଟନ କରିବାକୁ ନିଶ୍ଚିତ କରିବେ । ସ୍କୁଲ ଖୋଲିବା ଦିନ ଠାରୁ ବିଦ୍ୟା ପ୍ରବେଶ ମଡ୍ୟୁଲ୍ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରାଯିବ । ହସ ଖେଳ ମାଧ୍ୟମରେ ପିଲାଙ୍କୁ ପଢ଼ାଯିବ । ଗ୍ରୀଷ୍ମଛୁଟି ପୂର୍ବରୁ ପିଲାଙ୍କୁ ଦିଆଯାଇଥିବା ହୋମ୍‌ୱାର୍କର ଯାଞ୍ଚ କରିବେ ଶିକ୍ଷକ । ଯଦି କୌଣସି ପିଲା ଏହାକୁ ସାରିନଥିବ ତେବେ ତାକୁ ସାରିବା ପାଇଁ ସହଯୋଗ କରିବେ ଶିକ୍ଷକ । ଜାରି ହୋଇଥିବା ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ପାଠପଢ଼ା ହେବ । ଏଥିରେ ଯେପରି କୌଣସି ହେଳା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଗୋଟିଏ ୱାର୍କ ବୁକ୍‌ରେ ପିଲାର ଉନ୍ନତି ନେଇ ଉଲ୍ଲେଖ ରହିବ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ବିଜ୍ଞାନ ପରୀକ୍ଷାଗାରରେ ପ୍ରାକ୍ଟିକାଲ ଜ୍ଞାନ ପ୍ରଦାନ କରାଯିବ । ସ୍କୁଲ ପରିବେଶକୁ ଶୈକ୍ଷିକ ଓ ଛାତ୍ର ବାତାନୁକୂଳ ପରିବେଶ କରିବାକୁ କୁହାଯାଇଛି । ପ୍ରଧାନଶିକ୍ଷକ ପ୍ରତ୍ୟେକ ଶ୍ରେଣୀ ଗୃହ ପରିଦର୍ଶନ କରି ପାଠପଢ଼ା ଯାଞ୍ଚ କରିବେ ।

Leave a Reply