Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲୋକଙ୍କୁ ହାରାସ୍ କରନି’ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାକୁ ପୋଲିସ୍‌କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲୋକଙ୍କୁ ହାରାସ୍ କରନି’ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାକୁ ପୋଲିସ୍‌କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

‘ ଯେଉଁମାନେ ଥାନାକୁ ଆସିବେ; ସେମାନଙ୍କୁ ହାରାସ୍ ନକରି ଅଭିଯୋଗ ଶୁଣିବା ସହ ନ୍ୟାୟଦେବାକୁ ନୂଆ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର: ରାଜ୍ୟ ପୋଲିସକୁ ନୂଆ ସିଏମ୍‌ଙ୍କ କଡ଼ା ନିର୍ଦ୍ଦେଶ । ଜନସାଧାରଣଙ୍କୁ ଦିଅ ତ୍ୱରିତ ନ୍ୟାୟ । ନ୍ୟାୟ ପାଇଁ ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ନିରାଶ କରନାହିଁ । ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ଏଭଳି କଡ଼ା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୟ ଦିନ ୧୧ଟା । ସିଏମ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଥିଲେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ଗୃହବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ଆର୍‌.କେ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ । ଏହାପରେ ଏହି ବଛା ବଛା ଅଫିସରଙ୍କ ସହ ଆଇନଶୃଙ୍ଖଳା ସ୍ଥିତି ଉପରେ ହୋଇଥିଲା ମାନସମନ୍ଥନ । ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ପୋଲିସ୍ କିଭଳି ଗୁଣାତ୍ମକ ସେବା ଯୋଗାଇ ପାରିବ, ତା’ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ରାଜ୍ୟରେ ଶାନ୍ତିବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଭାରତୀୟ ସଂହିତା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କାରଣ ଦେଶରେ ପ୍ରଚଳିତ ୧୮୬୧ର ବ୍ରିଟିଶ୍ ଆଇନକୁ ରଦ୍ଦକରି ଏବେ ଲାଗୁ ହେବାକୁ ଯାଉଛି ୩ଟି ନୂଆ ଆଇନ । ଇଣ୍ଡିଆନ୍ ପେନାଲ୍ କୋଡ୍ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷୀ ଅଧିନିୟମ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ ରହିଥିବାବେଳେ ଏବେ ୩୫୮ଟି ସେକ୍ସନ୍ ରହିବ ଏବଂ ୧୭୫ଟି ସେକ୍ସନ ସଂଶୋଧନ କରାଯିବ । ଏସମ୍ପର୍କରେ ରାଜ୍ୟ ପୋଲିସ କିଭଳି ପ୍ରସ୍ତୁତି ରହିଛି ସେନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୨ର ଏନ୍‌ସିଆର୍‌ବିର ତଥ୍ୟକହୁଛି, ରାଜ୍ୟରେ ପୂର୍ବବର୍ଷ ଗୁଡ଼ିକରେ ଆଇନଶୃଙ୍ଖଳା ସ୍ଥିତି ଉଦ୍‌ବେଗଜନକ ରହିଛି । ୭ହଜାର ୩୨୭ଟି ଅସଦାଚରଣ, ୧୪ଟି ଦୁଷ୍କର୍ମ ଓ ହତ୍ୟା ମାମଲା ସହ ମହିଳା ବିରୋଧୀ ହିଂସାରେ ଓଡ଼ିଶା ୪ନମ୍ବର ସ୍ଥାନରେ ରହିଛି । ସେହିପରି ୮ ହଜାର ୨୪୦ଟି ଶିଶୁ ନିର୍ଯାତନା ଓ ଅପହରଣ ମାମଲା ସହ ମାନବଚାଲାଣ, ଚୋରି, ଡକାୟତି, ରାହାଯାନୀ, ହତ୍ୟା ଏବଂ ସାଇବର କ୍ରାଇମର ସ୍ଥିତି ବି ରାଜ୍ୟରେ ଚିନ୍ତାଜନକ ରହିଛି । ଏଭଳି ଅପରାଧିକ ପୃଷ୍ଠଭୂମି ଉପରେ ପୋଲିସ ବିଭାଗ ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଏବଂ କଡ଼ା ନିର୍ଦ୍ଦେଶକୁ ନେଇ ନାନା ଚର୍ଚ୍ଚାହେଉଛି ।

Leave a Reply