Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର


ପାରଳାଖେମୁଣ୍ଡି: କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ କଠୋରରୁ କୋଠର ଦଣ୍ଡବିଧାନ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟଯେ ଚଳିତ ମାସ ୯ ତାରିଖରେ ଜମ୍ମୁକାଶ୍ମୀର ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡ଼ିଥିଲା । ଏଥିରେ ୧୦ଜଣ ତୀର୍ଥଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଆହତ ହୋଇଛନ୍ତି । ଏହିଭଳି ଅମାନୁଷିକ ଓ ବର୍ବରତାପୂର୍ଣ କାର୍ଯ୍ୟକୁ ବିରୋଧ କରି ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ଦଳ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ନଗର ସଭାପତି କୌଳାସଚନ୍ଦ୍ର ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ରଞ୍ଜନ ଦାସ, ରବିନ କୁମାର ସାହୁକାର, ଚନ୍ଦ୍ର ଦାସ ଓ ନୃସିଂହାନନ୍ଦ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply