Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଧାୟକ ନବୀନ ଡାକ୍ତରଖାନା ବୁଲିଲେ, ରୋଗୀସେବା ତଦାରଖ କଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଧାୟକ ନବୀନ ଡାକ୍ତରଖାନା ବୁଲିଲେ, ରୋଗୀସେବା ତଦାରଖ କଲେ

ଟିଟିଲାଗଡ଼,: ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପ୍ରଥମେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନା ଯାଇ ରୋଗୀସେବା ତଦାରଖ କରିଛନ୍ତି । ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ୧୦ରୁ ଉର୍ଦ୍ଧ୍ୱ ଛାତ ଫ୍ୟାନ, କୁଲର ଅଚଳ ହୋଇପଡିଛି । ଏନେଇ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରର ଡାକ୍ତରଖାନାରେ ଭର୍ତ୍ତି ରୋଗୀ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ରୋଗୀଙ୍କୁ ବେଡ଼ସିଟ୍‌ଟିଏ ମଧ୍ୟ ମିଳୁନାହିଁ । ମହିଳା ରୋଗୀ ବାରଣ୍ଡାରେ ଶୋଇ ସାଲାଇନ ନେଉଛନ୍ତି । ରୋଗୀ ସ୍ନାନ ଶୌଚ ପାଇଁ ଅକଥନୀୟ ସମସ୍ୟାରେ ପଡୁଥିବା ବିଧାୟକଙ୍କୁ ଲୋକେ ଅଭିଯୋଗ କରିଥିଲେ । ତୁରନ୍ତ ଫ୍ୟାନ୍ ସଚଳ କରିବା ସହ ଅନ୍ୟ ଅବ୍ୟବସ୍ଥାର ସମାଧାନ କରିବାକୁ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ଗସ୍ତ ସମୟରେ ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ସୁଦାମ ମହାରଣା, ବିରଞ୍ଚି ସାହୁ, କୈଳାସ ସାହୁ, ସରପଞ୍ଚ ପୃଥ୍ୱୀରାଜ ଚିନାଗୁର, ଚିନ୍ତାମଣୀ ସୁନା, ହରିହର କଟା, ତଥାଗତ କଟା, ଯୁଗଲ ସାହୁ, ବୈଷ୍ଣବ ମହାନନ୍ଦ, ଶ୍ୟାମପ୍ରସାଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ କ୍ଷଆଗକୁ ସମସ୍ତ ସରକାରୀ ଅଫିସ କୁ ଅଜାନକ ପରିଦର୍ଶନ କରିବେ ଏବଂ କୌଣସି ବ୍ୟବସ୍ଥା ରେ ତ୍ରୁଟି ଥିଲେ କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ

Leave a Reply