Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାମୁହିକ ଆଚାର୍ଯ୍ୟ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାମୁହିକ ଆଚାର୍ଯ୍ୟ କର୍ମଶାଳା

ତାଳଚେର: ତାଳଚେର ଶିଶୁବିଦ୍ୟା ମନ୍ଦିରରେ ଅନୁଗୋଳ ଓ ଢେଙ୍କାନାଳ ବିଭାଗର ସାମୁହିକ ବିଦ୍ୟା ମନ୍ଦିର ବିଭାଗର ଆଚାର୍ଯ୍ୟ କର୍ମଶାଳା ଓ କାର୍ଯ୍ୟାଳୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାପ୍ତ ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ ଦୀପ ପ୍ରଜ୍ୱଳନ କରି ଆଚାର୍ଯ୍ୟ/ଆଚାର୍ଯ୍ୟା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏଥିରେ ବିଦ୍ୟା ମନ୍ଦିର ବିଭାଗର ୧୦୪ ଜଣ ଗୁରୁଜୀ/ ଗୁରୁମା ଓ କାର୍ଯ୍ୟାଳୟ ବିଭାଗର ୫୨ ଜଣ ଗୁରୁଜୀ/ ଗୁରୁମା ଭାଗ ନେଇଥିଲେ । ସଂଭାଗ ସଂଯୋଜକ ମଧୁସୂଦନ ବାରିକ୍ ଓ ଅନୁଗୋଳ ବିଭାଗ ନିରୀକ୍ଷକ ବିରଞ୍ଚି ନାରାୟଣ ମହାପାତ୍ରଙ୍କର ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ସମ୍ପାଦକ ବିଜୟ କୁମାର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ବ୍ୟବସ୍ଥା ଦାୟୀତ୍ୱ ତୁଲାଇଥିଲେ । ଶେଷରେ ବିଦ୍ୟାଳୟର ସଭାପତି ବିପିନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply