Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର: ଜାମୁ କାଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥଯାତ୍ରୀ ବସ୍ ଯାଉଥିବା ସମୟରେ ଜୁନ ୯ ତାରିଖ ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ଦଶଜଣ ନିରୀହ ହିନ୍ଦୁଙ୍କ ଜୀବନ ଚାଲିଗଲା । ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ ସରକାର ଆତଙ୍କବାଦୀ ଦମନ କାର୍ଯ୍ୟକ୍ରମକୁ ଅଧିକ ଦୃଢ କରୁ ବୋଲି ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଦାବିପତ୍ର ଗୁରୁବାର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବଜରଙ୍ଗ ଦଳ ଏହି ଅଘଟଣରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାର ପ୍ରତି ସହାୟ ହେବା ପାଇଁ ସରକାରଙ୍କୁ ନିବେଦନ କରିଛି । ଜାମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ଏଭଳି ଆକ୍ରମଣ ସେହି ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି । ବିଶ୍ୱହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜୀବ ଖାଡ଼ଙ୍ଗା, ବଜରଙ୍ଗ ଦଳ ଗଞ୍ଜାମ ଜ଼ିଲ୍ଲା ସମ୍ପାଦକ ବଳରାମ ମହାରଣା, ସହସମ୍ପାଦକ ଭୈରବୀ ସାହୁ ଓ ଅଜୟ ବେହେରା, ମୁନା ସେଠି, ମହାନଗର ସଂଯୋଜକ ନନ୍ଦ କୁମାର ସାହୁ, ରାମକୃଷ୍ଣ ରେଡ୍ଡୀ, ପ୍ରତାପ ସାହୁ, ରୋଶନ ସାହୁ, ଶ୍ରୀକାନ୍ତ ସାହୁ, ସୁନୀଲ ମହାରଣା, ସରସ୍ୱତୀ ମହାରାଜ, ଏନ୍‌.ହରିକ୍ରୀଷ୍ଣା, କାଳୀ ଦାସ, ମୋହନ ରେଡ୍ଡୀ, ଦୀପକ ବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ ।

Leave a Reply