Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରୁଛି ଦାଉଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରୁଛି ଦାଉଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁମ୍ବାଇ ପୋଲିସକୁ ଗୋଟିଏ ହ୍ୱାଟସଆପ୍ ଚାର୍ଟ ମେସେଜ ମିଳିଛି । ଯେଉଁଥିରେ କୁହାଯାଇଛି ଯେ ପଳାତକ ଆତଙ୍କବାଦୀ ଦାଉଡ଼ ଇବ୍ରାହିମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚନା କରିଛି । ଏହି ମେସେଜ ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛନ୍ତି । ସୂଚନା ମୁତାବକ ମୁମ୍ବାଇ ଟ୍ରାଫିକ ପୋଲିସର ହେଲ୍‌ଲାଇନ ନମ୍ବରରେ ଏହି ଅଡ଼ିଓ ମେସେଜ ସୋମବାର ଦିନ ରାତିରେ ଆସିଥିଲା । ଅଡ଼ିଓ ମେସେଜରେ କୁହାଯାଇଥିଲା ଯେ ଦାଉଦ ଇବ୍ରାହିମ ଦ୍ୱାରା ମୁସ୍ତାଫା ଅହମ୍ମଦ ଓ ମୁସ୍ତାକ ନାମକ ଦୁଇଜଣ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାର ସୁପାରି ଦିଆଯାଇଛି । ଏହି ମାମଲାରେ ବର୍ଲି ଥାନାରେ ଏତଲା ରୁଜୁ କରାଯାଇଛି । ପୋଲିସର କ୍ରାଇମବ୍ରାଞ୍ଜ ଟିମ୍ ମେସେଜ ପଠାଇଥିବା ଯୁବକର ଚିହ୍ନଟ କରିଛନ୍ତି । ସେ କେରଳର ଏକ ଜୁଏଲାରୀ ସପରେ କାମ କରୁଥିଲା । ଏବେ ସେ ପଶ୍ଚିମବଙ୍ଗରେ ଅବସ୍ଥାନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତମାସ ଅଗଷ୍ଟ ମାସରେ ମଧ୍ୟ ହତ୍ୟା କରାଯିବାର ଧମକ ମିଳିଥିଲା । ସେହି ସମୟରେ ଜଣେ ଇ-ମେଲ ପଠାଇ କହିଥିଲା ଯେ ଆତଙ୍କବାଦୀଙ୍କର ସ୍ଲିପର ସେଲରେ ସାମିଲ ୨୦ ଜଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିବା ଲାଗି ପ୍ରସ୍ତୁତ ଅଛନ୍ତି । ଏହି ମେଲରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଏହି ସ୍ଲିପର ସେଲ ପାଖରେ ୨୦ କିଲୋ ଆର୍‌ଡିଏକ୍ସ ରହିଛି । ଇ ମେଲ ପଠାଇଥିବା ବ୍ୟକ୍ତି ଏହା ମଧ୍ୟ ଦାବି କରିଥିଲା ଯେ ତାହାର ଆତଙ୍କବାଦୀଙ୍କ ସହିତ ସମ୍ବନ୍ଧ ରହିଛି । ଏହି ମେସେଜ ପାଇବା ପରେ ମୁମ୍ବାଇ ପୋଲିସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମଧ୍ୟ କେନ୍ଦ୍ରକୁ ଜଣାଇଥିବାର ରିପୋର୍ଟ ଆସିଛି ।

Leave a Reply