Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶପଥ ନେବା ପୂର୍ବରୁ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶପଥ ନେବା ପୂର୍ବରୁ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

See insights and ads

Boost post

Like

Comment

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଶପଥ ନେବା ପୂର୍ବରୁ ସାଧାଣର ଲୋକଙ୍କ ଦୁଃଖ ଶୁଣିଛନ୍ତି ଭାବି ମୁଖ୍ୟମନ୍ତ୍ରୀ । ଏହାସହ ସାଧାରଣଙ୍କୁ ଭଲମନ୍ଦ ପଚାରି ବୁଝିଛନ୍ତି । ସେହିପରି ଭାବରେ ରାସ୍ତା କଡ଼ରେ ଛିଡା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା ହୋଇ ଭଲ ମନ୍ଦ ପଚାରି ବୁଝିଥିଲେ ଭାବି ମୁଖ୍ୟମନ୍ତ୍ରୀ । ତାଙ୍କ ସମସ୍ୟା ଓ ଅସୁବିଧା ଶୁଣିଥିଲେ । ସେ ପାଉଥିବା ସ୍ପଳ୍ପ ଦରମାରେ ପେଟ ପୁରୁନଥିବା କହିଥିଲେ ସପୃକ୍ତ କର୍ମଚାରୀ । ଭାବି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେବା ସହ ତାଙ୍କର ଦୁଃଖ ବୁଝାଯିବ ବୋଲି କହିଥିଲେ । ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ବର୍ଷ ବର୍ଷ ଶାସନରେ ରହିଲା, ଏହାରି ମଧ୍ୟରେ ସାଧାରଣଲୋକଙ୍କ ଅଧିକାଂଶ ସମସ୍ୟା ପୂରଣ ହୋଇଯିବା କଥା । ହେଲେ ତାହା ହୋଇନାହିଁ । ସ୍ପଳ୍ପ ଦରମାରେ ଜଣେ କର୍ମଚାରୀଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆଣିଛନ୍ତି । ପେଟ ପୂରିବା ପାଇଁ ନୂଆ ସରକାର ଯଦି କିଛି କରିବେ ତାହାହେଲେ ଖୁସି ହେବେ ବୋଲି ଭାଇ ଜଣଙ୍କ ମୋ ପାଖରେ କହିଛନ୍ତି । ସେହି ଭାଇ ଜଣଙ୍କ ମୋଦି ଗ୍ୟାରେଣ୍ଟି ଓ ନୂଆ ସରକାର ଉପରେ ବିଶ୍ୱାସ ରଖିଛନ୍ତି । ଏହି ନୂଆ ସରକାର ମୋଦିଙ୍କ ଗ୍ୟାରେଣ୍ଟିରେ ଯେଉଁମାନଙ୍କର ଅଧା ପେଟ ପୂରି ରହିଛି, ସେମାନଙ୍କର ପୂରା ପେଟ ପୂରାଇବା ପାଇଁ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ କରିବ । ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାବି ମୁଖ୍ୟମନ୍ତ୍ରୀ ନିକଟରେ ଅଭିଯୋଗ ରଖିଥିବା ପରିବହନ ବିଭାଗ କର୍ମଚାରୀ ବିଜୟ ଶଙ୍କର ଦାସ କହିଛନ୍ତି, ଭାବି ମୁଖ୍ୟମନ୍ତ୍ରୀ ମୋ ସମସ୍ୟା କ’ଣ ଅଛି ବୋଲି ପଚାରି ବୁଝିଥିଲେ । ମୋର କିଛି ସହକର୍ମୀ ବି କମ୍ ଦରମାରେ କାମ କରୁଛନ୍ତି, ସେହି ସ୍ପଳ୍ପ ଦରମାରେ ଖାଇପିଇ ପିଲାମାନଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉ ନାହିଁ ବୋଲି କହିଥିଲି । ନୂଆ ସରକାର ଆସିଲେ ଆମ ଦୁଃଖ ଦୂର ହେବ ବୋଲି ଆଶା କରୁଛୁ । ମୋର କାମ ହେଉ କି ନ ହେଉ ତାଙ୍କ ମିଠା କଥାରେ ମୋର ପେଟ ପୂରିଗଲା ବୋଲି କହିଛନ୍ତି ବିଜୟ ।

Comment

Share

Leave a Reply