Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁମ୍ବାଇରେ ସବୁଠୁ ଲମ୍ବ ‘ଅଟଳ ସେତୁ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁମ୍ବାଇରେ ସବୁଠୁ ଲମ୍ବ ‘ଅଟଳ ସେତୁ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ ଅଟଳ ବିହାର ବାଜପେୟୀ ଶିୱଡି-ନହାୱା ଶେଭା ନାମକ ଅଟଳ ସେତୁର ଉଦଘାଟନ କରିଛନ୍ତି । ଏହି ପୋଲର ନିର୍ମାଣରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ନଭି ମୁମ୍ବାଇ ଏୟାରପୋର୍ଟକୁ ଯୋଗାଯୋଗ ସହଜ ହେବ । ଦେଶର ସବୁଠୁ ବଡ ସାମୁଦ୍ରିକ ପୋଲ ମୁମ୍ବାଇ ଟ୍ରାନ୍ସହାର୍ବର ଲିଙ୍କ ପରିଯୋଜନାର ଶିଳାନ୍ୟାସ ୨୦୧୬ ଡିସେମ୍ବରରେ ପିଏମ ମୋଦି କରିଥିଲେ । ପୋଲ ନିର୍ମାଣରେ ୧୭,୮୪୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ଆଜି ଏହି ପୋଲକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପିଏମ ମୋଦି । ଏହି ପୋଲ ପ୍ରାୟ ୨୧.୮ କିଲୋମିଟର ଲମ୍ବ ଓ ୬ ଲେନ୍ ବିଶିଷ୍ଟ । ଏହି ପୋଲ ୧୬.୫ କିଲୋମିଟର ସମୁଦ୍ର ଉପର ଓ ପ୍ରାୟ ୫.୫ କିଲୋମିଟର ଭୂମିରେ ନିର୍ମାଣ ହୋଇଛି । ଏବେ ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତ ଯାତ୍ରାରେ ଲାଗୁଥିବା ସମୟ ହ୍ରାସ ପାଇବ । ଏହି ପୋଲରୁ ମୁମ୍ବାଇ ଓ ନଭି ମୁମ୍ବାଇର ଦୂରତା ମାତ୍ର ୨୦ମିନିଟ ଲାଗିବ । ଅଟଳ ସେତୁ ନିର୍ମାଣରେ ପ୍ରାୟ ୧୭୭,୯୦୩ ମେଟ୍ରିକ ଟନ ଷ୍ଟିଲ ଓ ୫୦୪,୨୫୩ ମେଟ୍ରିକ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ପ୍ରାୟ ୧୭,୮୪୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି । ଏହି ପୋଲରେ ପ୍ରତିଦିନ ୭୦,୦୦୦ ବାହାନ ସର୍ବାଧିକ ଶହେ କିଲୋମିଟର ସ୍ପିଡରେ ଯାଇପାରିବ ଏବଂ ଏହା ଶହେ ବର୍ଷ ଯାଏ ଚାଲିବ । ମୌସୁମୀ ସମୟରେ ପବନକୁ ସାମ୍ନା କରିବା ପାଇଁ ସ୍ୱତନ୍ତ୍ର ଲାଇଟିଂରେ ପୋଲ ଡିଜାଇନ କରାଯାଇଛି । ବିଜୁଳି ଯୋଗୁ ସମ୍ଭାବିତ କ୍ଷତିରୁ ରକ୍ଷା ପାଇବା ପାଇଁ ଲାଇଟିଂ ପ୍ରୋଟେକ୍ସନ ସିଷ୍ଟମ ବ୍ୟବହାର କରାଯାଇଛି ା

Leave a Reply