ମିଶନ ସ୍କୁଲ ଛାତ୍ରାବାସରେ ଯୌନ ନିର୍ଯାତନା ମାମଲା ଦୀର୍ଘଦିନ ଧରି ଫେରାର ଥିବା ଫାଦର ଗିରଫ

କୁତ୍ରା: ସୁନ୍ଦରଗଡ଼ ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା କୁତ୍ରା ଥାନା ଅଧୀନରେ ଥିବା ଗମ୍ଭାରଡ଼ିହି ସ୍ଥିତ ମିଶନ ବିଦ୍ୟାଶଲର ଛାତ୍ରାବାସରେ ରହୁଥିବା ଛାତ୍ରୀ ମାନଙ୍କୁ ସେହି ବିଦ୍ୟାଳୟର ଫାଦର ଶ୍ରୀ ରୋଷନ ପ୍ରଦୀୟ ଖେସ ଯୌନ ର୍ନିଯାତନା ଦେଉଥିବା ନେଇ ଅଭିଯୋଗ ପାଇବାପରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଦ୍ୱାରା କୁତ୍ରା ଥାନାରେ ଲିଖିତ ଅଭିଯୋଗ କରାଯିବାପରେ ପୋଲିସ ଏକ କେସ ରୁଜ୍ଜୁ କରି ଛାତ୍ରାବାସକୁ ଯାଇ ପୀଡିତ ଛାତ୍ରୀଙ୍କୁ ପଚରା ଉଚରା କରିବାବେଳେ ଅଭିଯୋଗ ସତ୍ୟ ଥିବା ଜାଣିବା ସହ ଅଶୁରି ଅନେକ ଛାତ୍ରୀ ଉକ୍‌ତ ଫାଦରର ଯୌନ ର୍ନିଯ୍ୟାତନା ର ଶିକାର ହୋଇଥିବା କଥା ମଧ୍ୟ ଜଣାପଡିଥିଲା । ଏପଟେ ପୋକିସ ର ତଦନ୍ତ ବେଳେ ଧରାପଡି ଯିବାର ସମ୍ଭାବନା ଦେଖୁ ଫାଦର ରୋଶନ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ଏକ ଜେସ ରୁଜ୍ଜୁ କରି ବିଭିନ୍ନ ସ୍ଥସରେ ଚଢ଼ାଉ କରି ଶେଷରେ ନୂଆଗାଁ ଅଞ୍ଚଳରୁ ଅଭିଯୁକ୍‌ତ ଫାଦରକୁ ଗତକାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *