Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତସ୍ତରୀୟ ପ୍ରଶିକ୍ଷଣ ବର୍ଗ ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତସ୍ତରୀୟ ପ୍ରଶିକ୍ଷଣ ବର୍ଗ ଆରମ୍ଭ


କଟକ/ ଭୁବନେଶ୍ୱର,୩/୬:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ) ୧୫ ଦିବସୀୟ ପ୍ରଶିକ୍ଷଣ ବର୍ଗ କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ବର୍ଗରେ ଓଡ଼ିଶାର ୧୯ଟି ଜିଲ୍ଲା ଓ ୨ଟି ମହାନଗରରୁ ୨୫୯ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ବର୍ଗର ସର୍ବାଧିକାରୀ ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନୋରଞ୍ଜନ ସାହୁ, ବର୍ଗକାର୍ଯ୍ୟବାହ ରବି ନାରାୟଣ ପଣ୍ଡା, ବର୍ଗପାଳକ ଅସିତ କୁମାର ସାହୁ, ମୁଖ୍ୟଶିକ୍ଷକ ହିମାଶୁ ରାଉତ ଏବଂ ପ୍ରଦୀପ ସାମନ୍ତ ବୌଦ୍ଧିକ ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବର୍ଗର ଉଦ୍‌ଘାଟନ ଉତ୍ସବରେ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ଅତିଥି ପରିଚୟ ଓ ଆବଶ୍ୟକୀୟ ଅନୁଶାସନ ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବରେ ସହପ୍ରାନ୍ତ ସଂଘଚାଳକ ମନସୁଖଲାଲ ସେଠିଆ ଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ବର୍ଗର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ । ସେ କହିଥିଲେ ଯେ, ଉକୃଷ୍ଟ ଚିନ୍ତନକୁ କ୍ରିୟାନ୍ୱୟନ କରିବା ପାଇଁ ଯେଉଁ ଦେଶଭକ୍ତମାନଙ୍କର ଆବଶ୍ୟକତା ଅଛି ତାକୁ ସମାଜରେ ଠିଆକରାଇବାର ସଂକଳ୍ପ ନେଇ ଡକ୍ଟରଜୀ ୧୯୨୫ ମସିହରେ ସଂଘ ପ୍ରତିଷ୍ଠା କରିଥିଲେ । ସେହି ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତା ଆବଶ୍ୟକ । ଏ ଦୃଷ୍ଟିରୁ ପ୍ରଶିକ୍ଷଣ ବର୍ଗର ଗୁରୁତ୍ୱ ରହିଛି । ଶାରୀରିକ ପ୍ରଶିକ୍ଷଣ ସହିତ ବୌଦ୍ଧିକର ସମସ୍ତ ବିଭାଗରେ ଭାଗ ନେଇ ନିଜକୁ ଜଣେ ଉତ୍ତମ କାର୍ଯ୍ୟକର୍ତ୍ତା ରୂପେ ଗଢ଼ିତୋଳିବାକୁ ସେ ପରାମର୍ଶ ଦେଇଥିଲେ । ଦେଶର ଇତିହାସ, ସଂସ୍କୃତି, ପରମ୍ପରା ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ ପାଇଁ ପ୍ରଶିକ୍ଷଣ ବର୍ଗରେ ସୁଯୋଗ ମିଳିଥାଏ । ସାମୂହିକ ଭାବେ ରହିବା, ସମସ୍ତଙ୍କ ପ୍ରତି ପ୍ରେମପୂର୍ଣ୍ଣ ବ୍ୟବହାର କରିବା ଏବଂ ପ୍ରଶିକ୍ଷଣ ବର୍ଗରୁ ଆନନ୍ଦ ପ୍ରାପ୍ତ ନିମନ୍ତେ ସେ ଆଗ୍ରହ କରିଥିଲେ ।
ବର୍ଗର ସଞ୍ଚାଳନ ଦୃଷ୍ଟିରୁ ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା, ସେବା ପ୍ରମୁଖ ଖଗେଶ୍ୱର ମହନ୍ତ ଓ ବ୍ୟବସ୍ଥା ପ୍ରମୁଖ ଶରତ ଚନ୍ଦ୍ର ସେନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ, ପ୍ରାନ୍ତ ସମ୍ପର୍କ ପ୍ରମୁଖ ଆଇନଜୀବୀ ସର୍ବେଶ୍ୱର ବେହେରା ଓ ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ଉପସ୍ଥିତ ଥିଲେ । ଏହି ବର୍ଗର ସମାରୋପ କାର୍ଯ୍ୟକ୍ରମ ଚଳିତ ମାସ ୧୭ ତାରିଖ ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହେବ । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଶାରୀରିକ ଓ ଘୋଷ ପ୍ରଦର୍ଶନ ସହିତ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଅଧିକ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିବା ପାଇଁ ବର୍ଗ ସର୍ବାଧିକାରୀ ଶ୍ରୀ ମନୋରଂଜନ ସାହୁ ନିବେଦନ କରିଛନ୍ତି ।

Leave a Reply