Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାର୍ଚ୍ଚ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାର୍ଚ୍ଚ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ

ମାର୍ଚ୍ଚ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ଏହାର ପୂର୍ବ ବର୍ଷରେ ମାର୍ଚ୍ଚ କ୍ୱାର୍ଟରରେ ଜିଡିପି ୮.୪% ରହିଥିଲା । ୨୦୨୪ର ୪ର୍ଥ କ୍ୱାର୍ଟରରେ ଦେଶର ଜିଡିପି ୬.୯% ରହିବ ଓ ପୂରା ବର୍ଷରେ ଏହା ୭.୬%କୁ ଛୁଇଁବ ବୋଲି ଆରବିଆଇ ଆକଳନ କରିଥିଲା । ହେଲେ ଆରବିଆଇ ଆକଳନ ଠାରୁ ଜିଡିପି ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଛି । ୨୦୨୩ ଆର୍ଥକ ବର୍ଷ ପ୍ରକୃତ ଜିଡିପି ୭% ରହିଥିଲା । କିନ୍ତୁ ୨୦୨୪ରେ ଏହା ୮.୨% ରହିବ ବୋଲି କୁହାଯାଇଛି । ନୂଆଦିଲ୍ଲୀ, ୩୧ ।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ କ୍ୱାର୍ଟରରେ ଦେଶର ଜିଡିପି ୭.୮% ରହିଛି । ୨୦୨୩-୨୪ ଆର୍ôଥକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ୭.୮% ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସମାନ ସମୟରେ ଏହା ୬.୧% ରହିଥିଲା । ସେହିପରି ସରକାର କହିଛନ୍ତି, “୨୦୨୩-୨୪ରେ ରିୟଲ ଜିଡିପି ୮.୨% ବେଗରେ ବଢ଼ିବ । ୨୦୨୨-୨୩ରେ ଏହା ୭% ରହିଥିଲା । ୨୦୨୩-୨୪ରେ ନୋମିନାଲ ଜିଡିପି ୯.୬% ବେଗରେ ଅଭିବୃଦ୍ଧି ହୋଇଛି । ୨୦୨୨- ୨୩ରେ ଏହା ୧୪.୨% ରହିଥିଲା ।” ପାୱାର ଏବଂ ଷ୍ଟିଲ୍ ଉତ୍ପାଦନରେ ଅଭିବୃଦ୍ଧି ଯୋଗୁଁ ଭାରତର କୋର୍ ସେକ୍ଟର ଡାଟାରେ ସୁଧାର ହୋଇଛି । କୋର୍ ସେକ୍ଟରର ୮ ପ୍ରମୁଖ କ୍ଷେତ୍ରରେ ଏପ୍ରିଲରେ ୬.୨ ପ୍ରତିଶତର ବୃଦ୍ଧି ରେକର୍ଡ ହୋଇଛି । ମାର୍ଚ୍ଚରେ କୋଇଲା ଉତ୍ପାଦନ ୮.୭ ପ୍ରତିଶତ ଏବଂ ପାୱାର ଉତ୍ପାଦନ ୮.୬ ପ୍ରତିଶତ ବଢିଛି । ଉଲ୍ଲେଖଯୋଗ୍ୟ ଯେ ୮ ପ୍ରମୁଖ କ୍ଷେତ୍ରରେ କୋଇଲା, ତେଲ, ପ୍ରାକୃତିକ ଗ୍ୟାସ୍‌, ବିଜୁଳି, ରିଫାଇନାରୀ ସାମଗ୍ରୀ, ଷ୍ଟିଲ୍‌, ସିମେଣ୍ଟ ଏବଂ ସାର ସାମିଲ ରହିଛି ।

Leave a Reply