ତାଇପେଇ : ତାଇୱାନ୍ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍-ଟେ ଶପଥ ଗ୍ରହଣ କରିଛନ୍ତି । ସ୍ୱୟଂଶାସିତ ତାଇୱାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ ଲାଇ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି । ମଧ୍ୟମପନ୍ଥୀ ନେତା ଲାଇ ତାଇୱାନର ବାସ୍ତବ ସ୍ୱାଧୀନତା ନୀତିକୁ ବଜାୟ ରଖିବା ସହ ଚାଇନା ବିରୋଧରେ ଦେଶର ସାମରିକ କ୍ଷମତା ବଢ଼ାଇବାକୁ ଚାହାନ୍ତି । ସେ ସାଇ ଇଙ୍ଗୱେନ୍ଙ୍କଠାରୁ କ୍ଷମତା ହାସଲ କରିଛନ୍ତି । କୋଭିଡ୍ ମହାମାରୀ ଏବଂ ଚାଇନାର ସାମରିକ ଧମକ ସତ୍ତ୍ୱେ ଇଙ୍ଗ୍ୱେନ୍ ଦେଶରେ ଆର୍ଥତ୍କ ଓ ସାମାଜିକ ବିକାଶ ଆଣିଥିଲେ ।