Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁଡ଼ିସାହି ନିକଟରୁ ଗୋରୁ ବୋଝେଇ ବୋଲେରୋ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁଡ଼ିସାହି ନିକଟରୁ ଗୋରୁ ବୋଝେଇ ବୋଲେରୋ ଜବତ


କରଞ୍ଜିଆ : କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ଗୁଡ଼ିସାହି ବାଇପାସ୍ ନିକଟରୁ ରବିବାର ଦିନ ସକାଳ ୬ ଘଟିକା ସମୟରେ ଏକ ଗୋରୁ ବୋଝେଇ ବୋଲେରୋକୁ ଦେଖି ଗ୍ରାମବାସୀ କରଞ୍ଜିଆ ପୋଲିସ କୁ ଖବର ଦେଇଥିଲେ । ପ୍ରାପ୍ତ ସୂଚନା ମୁତାବକ ସାହାରପଡ଼ା ପଟୁ ଯଶିପୁର ପଟକୁ ଯାଉଥିବା ଓଆର୍ ୧୯ ଯେ ୪୬୧୬ ନମ୍ୱର ବିଶିଷ୍ଟ ଏକ ବୋଲେରୋ ଗାଡ଼ି ଗୁଡ଼ିସାହି ନିକଟରେ ଯାନ୍ତ୍ରିକ ତୃଟି କାରଣରୁ ଅଟକି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ି ନିକଟକୁ ଯିବା ସମୟରେ ଡ୍ରାଇଭର ଜଣକ ଦୌଡ଼ି ପଳାଇଥିଲା । ଏହା ଦେଖି ଲୋକଙ୍କ ସନ୍ଦେହ ହେଇଥିଲା । ନିକଟକୁ ଯାଇ ଦେଖିବା ସମୟରେ ଗାଡ଼ି ଭିତରେ ୪ ଗୋଟି ଗୋରୁ ବନ୍ଧା ହୋଇ ରହିଥିଲେ । ଏହାଦେଖି ସ୍ଥାନୀୟ ଲୋକେ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଓ ଗୋରୁ ଗୁଡ଼ିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply