Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନଗର ବ୍ଲକରେ ଅର୍ପଣ ରଥରେ ଜଗନ୍ନାଥଙ୍କୁ ଏମିତି ସମ୍ମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନଗର ବ୍ଲକରେ ଅର୍ପଣ ରଥରେ ଜଗନ୍ନାଥଙ୍କୁ ଏମିତି ସମ୍ମାନ

ରାଜନଗର ; କୋଟି ଓଡିଆର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ଯାହାଙ୍କ ନାମ ଓ ଶୁଖିଲା ନିର୍ମାଲ୍ୟକୁ ସାଖି ରଖି ବିନା ବନ୍ଧା ଓ ବିନା ଲେଖାରେ ଲକ୍ଷଲକ୍ଷ ଟଙ୍କା ଏବଂ ସୁନା କାରବାର କରିଥାଏ । ବିବାହ ସମୟରେ ଶାଳପତ୍ର ଗୁଡା ହୋଇଥିବା ନିର୍ମାଲ୍ୟ(ମହାପ୍ରସାଦ)କୁ ଓଡିଆ ବିଶ୍ୱାସ ଓ ଭରଷା କରିଆସିଛି । ସରକାର ବିଳମ୍ବରେ ହେଲେ ମଧ୍ୟ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ କରି ମନ୍ଦିରର ବାହ୍ୟ ପରିବେଶକୁ ସରସ ସୁନ୍ଦର କରିବା ସହ ସମଗ୍ର ରାଜ୍ୟରେ ଅର୍ପଣ ରଥ ମାଧ୍ୟମରେ ଜଗନ୍ନାଥଙ୍କ ଭାବାବେଗ ସୃଷ୍ଟି କରିଛନ୍ତି । ଗାଁଠୁ ସହର ସବୁଆଡେ ଜଗନ୍ନାଥ ମୟ ହୋଇଯାଇଛି । ଏହି ଅର୍ପଣ ରଥକୁ ଦେଖି ଲୋକମାନେ ରାସ୍ତାରେ ଗୋବର ପାଣି ଓ ଝୋଟି ପକାଇ ସଂକୀର୍ତନ ମଣ୍ଡଳୀ ମାଧ୍ୟମରେ ସ୍ୱାଗତ କରୁଛନ୍ତି । ଏପରିକି ମହିଳାମାନେ ହୁଳହୁଳି ମାଧ୍ୟମରେ ବନ୍ଦାପନା କରିବା ସହ ପ୍ରଭୁ ଜଗନ୍ନାଥ କୃପା ଲାଭ କରିବା ପାଇଁ ଗୁଆ ଓ ଅରୁଆ ଚାଉଳ ଦେଉଛନ୍ତି । ଏପରି ସ୍ଥିତିରେ ଏହି ଅର୍ପଣ ରଥ ସହିତ ଯାଉଥିବା ସଂକୀର୍ତନ ମଣ୍ଡଳୀରେ ରାଜନୈତିକ ନେତାମାନେ ନିଜର ପତିଆରା ଦେଖାଇବା ପାଇଁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ରାଜନଗର ବ୍ଲକ ବନ୍ଧପଡା ପଚାଂୟତରେ ଅର୍ପଣ ରଥ ବୁଲିବା ସମୟରେ ଜୋତା ପିନ୍ଧି ନେତା କରୁଛନ୍ତି ନାମସଂକୀର୍ତନ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପଚାଂୟତର ଚକିବାଙ୍କ, ଦକ୍ଷିଣଦାଣ୍ଡି, ଫିରିକିଦାଣ୍ଡି, ବନ୍ଧପଡା, ଜେନାସାହି, ମଧ୍ୟପଡା, ଟାଙ୍ଗଣତୈଳା, ସନ୍ଥପଡା, ଗୋବିନ୍ଦପୁର ଓ କଣ୍ଡିଆ ପ୍ରଭୃତି ଗାଁରେ ପରିକ୍ରମା କରୁଥିଲା । ବିଜୁ ଜନତା ଦଳର ମିଡିଆ ପ୍ରଭ।।ରୀ ବିଜୟକୁମାର ନାୟକ ଅର୍ପଣ ରଥ ନିକଟରେ ଜୋତା ପିନ୍ଧି ସଂକୀର୍ତନ କରିବା ସହ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜୋତା ପିନ୍ଧି ପ୍ରଭୁ ଜଗନ୍ନାଥଙ୍କ ରଥ(ଅର୍ପଣ ରଥ) ସମ୍ମୁଖରେ ସଂକୀର୍ତନ କରିବା ଅପରାଧ ।

Leave a Reply