Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୮୫ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମଙ୍କ ନିମନ୍ତେ ହୋମ୍ ଭୋଟ୍ ବ୍ୟବସ୍ଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୮୫ ବର୍ଷରୁ ଉର୍ଦ୍ଧ୍ୱ ଓ ଭିନ୍ନକ୍ଷମଙ୍କ ନିମନ୍ତେ ହୋମ୍ ଭୋଟ୍ ବ୍ୟବସ୍ଥା

ଛତ୍ରପୁର:ଭାରତୀୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଚଳିତ ସାଧାରଣ ନିର୍ବାଚନରେ ଯେମିତି ଶତପ୍ରତିଶତ ମତଦାତା ସେମାନଙ୍କ ମତଦାନ କରିବେ ସେଥି ନିମନ୍ତେ ଅନେକ ବ୍ୟବସ୍ଥା କରାଯାଇଛି । କୌଣସି ଭୋଟର ଯେମିତି ମତ ସାବ୍ୟସ୍ତ କରିବା ଅଧିକାରରୁ ବଞ୍ଚିତ ହେବେନାହିଁ, ସମସ୍ତେ ମତ ଦେବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଭୋଟଦାତାମାନଙ୍କର ବୟସ ୮୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଯେଉଁମାନେ ଭିନ୍ନକ୍ଷମ ସେମାନେ ମଧ୍ୟ ନିଜ ମତ ସାବ୍ୟସ୍ତ କରିବେ । ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ । ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଓ ଭିନ୍ନକ୍ଷମ ମତଦାତାଗଣ, ଯେଉଁମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ନିଜ ଗୃହରେ ଭୋଟ ଦେବା ନିମନ୍ତେ ଆବେଦନ କରିଥିଲେ । ସେମାନଙ୍କ ଘରକୁ ଯାଇ ଭୋଟ ଗ୍ରହଣ ଦଳ ଭୋଟ ସଂଗ୍ରହ କରିବେ । ଚଳିତ ମାସ ୧୪ ତାରିଖ ଏବଂ ୧୫ ତାରିଖ ଦିନ ଘରକୁ ଯାଇ ଭୋଟ ଗ୍ରହଣ କରିବେ । ୧୨୪-ପୋଲସରା, ୧୨୫- କବିସୂର୍ଯ୍ୟ ନଗର, ୧୨୬- ଖଲ୍ଲିକୋଟ, ୧୩୧- ହିଞ୍ଜିଳି, ୧୩୦ ସାନଖେମୁଣ୍ଡି ବିଧାନ ସଭା ଅଞ୍ଚଳ ଗସ୍ତକରି ଆବେଦନକାରୀଙ୍କ ଘରକୁ ଯାଇ ମତଦାନ ସଂଗ୍ରହ କରିବେ । ଏଥି ସକାଶେ ୧୮ ଗୋଟି ଦଳ ନିଯୁକ୍ତ ହୋଇଛନ୍ତି । ସେହିପରି ୧୨୩- ଭଞ୍ଜନଗର, ୧୨୮ ଆସ୍କା ଏବଂ ୧୨୯- ସୋରଡା ନିମନ୍ତେ ଚଳିତ ମାସ ୧୫ ତାରିଖ ଓ ୧୬ ତାରିଖରେ ଘରକୁ ଘର ଯାଇ ମତଦାନ ସଂଗ୍ରହ କରିବେ । ଏହି ପୋଲିଂ ଅଧିକାରୀମାନଙ୍କୁ ଗୃହକୁ ଯାଇ କିଭଳି ମତଦାନ ସଂଗ୍ରହ କରିବେ ସେହି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ଦଳରେ ମାଇକ୍ରୋ ପର୍ଯ୍ୟବେକ୍ଷକ, ପୋଲିସ୍‌, ଭିଡିଓଗ୍ରାଫି ଟିମ୍ ସହ ଘରକୁ ଯାଇ ମତ ସଂଗ୍ରହ କରିବେ । ମତଦାତାମାନଙ୍କୁ ମଧ୍ୟ ପୂର୍ବରୁ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦିଷ୍ଟ ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି । ଏଥିନିମନ୍ତେ ଆବଶ୍ୟକ ପୋଲିଂ ଦଳ ନିଯୁକ୍ତ ହୋଇଥିବା ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀଙ୍କ ନିର୍ଦ୍ଦେଶାବଳିରୁ ଜଣାପଡିଛି ।

Leave a Reply