Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରବାଦୀ ସଂଗଠନ ପକ୍ଷରୁ ସମାଜ ଜାଗରଣ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରବାଦୀ ସଂଗଠନ ପକ୍ଷରୁ ସମାଜ ଜାଗରଣ ଅଭିଯାନ

ରାଷ୍ଟ୍ରବାଦୀ ସଂଗଠନ ପକ୍ଷରୁ ସମାଜ ଜାଗରଣ ଅଭିଯାନ

କେନ୍ଦ୍ରାପଡ଼ା:ରାଷ୍ଟ୍ରବାଦୀ ସଂଗଠନ କେନ୍ଦ୍ରାପଡା ଶାଖା ପକ୍ଷରୁ ସମାଜ ଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ଗରାପୁର ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ହୃଷିକେଶ ରଥ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଗୈାତମ ମହାରଣା, ରାଜ୍ୟ ସଂଯୋଜକ ତପନ କୁମାର ଦାସ, ସଂଗଠକ ବଳରାମ ଦାସ ଓ ବିରଂଚି ନାରାୟଣ ତ୍ରିପାଠି ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରବାଦୀ ନାଗରିକର ମୈାଳିକ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଜଣେ ନାଗରିକର ମୈାଳିକ କର୍ତବ୍ୟ ଭାବେ ନିଶ୍ଚିନ୍ତ ଭୋଟ ଦେବା, ଦେଶର ସୁରକ୍ଷା ଓ ଭବିଷ୍ୟତ ତଥା ସଂସ୍କୃତିର ସୁରକ୍ଷା ପାଇଁ ରାଷ୍ଟ୍ରବାଦୀ ବ୍ୟକ୍ତିଙ୍କୁ ଭୋଟ ଦେବା ଏବଂ ନାସ୍ତି ବାଚକ ଚିନ୍ତାଧାରା ର ପ୍ରତୀକ ନୋଟାରେ ଭୋଟ ନଦେବା ପାଇଁ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ସଚେତନ ନାଗରିକ ଅଂଶ ଗ୍ରହଣ କରିଥିଲେ ।

Leave a Reply